pakka

ସୋରିଷ ଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜ଼ିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଜଟରଲା ଗ୍ରାମରେ ସୋରିଷ ଫସଲର ଇକ୍ରିସାଟ ଓ ମହାଶକ୍ତି ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ଏହି ବର୍ଷ ଓଡିଶା ସରକାରଙ୍କ ରାଇସ ଫେଲୋ କାର୍ଯ୍ୟକ୍ରମରେ ସୋରିଷ ଫସଲ ଭଲ ଅମଳ ହୋଇଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜଟରଲା ଗ୍ରାମର ଚାଷୀ କୁମର ଭୋଇଙ୍କ ଚାଷ ଜମିରେ ପାଞ୍ଚ ମିଟର ଲମ୍ବ ଓ ଓସାର ବିଶିଷ୍ଟ ପ୍ଲଟରେ ଶସ୍ୟ କାଟ ପରୀକ୍ଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ଵମଣି ଭୋଇ, ଗ୍ରାମ୍ୟ କୃଷି ଅଧିକାରୀ, ଚୁମ୍ବିଲାଲ ଦ୍ୱାରି, ମହାଶକ୍ତି ଫାଉଣ୍ଡେସନ, ମିହିର କୁମାର, ଇକ୍ରିସାଟ ଯୋଗଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ଗ୍ରାମର ଚାଷୀ, ବିରାଟ ଭୋଇ, ପ୍ରତାପ ସାହୁ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

4 × 3 =