ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଧାନମଣ୍ଡି ପ୍ରାଙ୍ଗଣରେ ଶନିବାର ଅହିର ୟାଦବ ସମାଜର ସମ୍ବର୍ଦ୍ଧନା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତିଶଗଡ଼, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ସମରସ୍ତା ଯାତ୍ରାରେ ଆସିଥିବା ଛତିଶଗଡ଼ ମହାସଭା ଯୁବ ସଭାପତି ପ୍ରମାନନ୍ଦ ଯାଦବ, ସମ୍ପାଦକ ନରୋତ୍ତମ ୟାଦବ ଓ ସଂଯୋଜକ ହରିଶ ୟାଦବ ପ୍ରମୁଖଙ୍କୁ ସୀମାନ୍ତ ଖରିଆର ରୋଡ଼ ଠାରେ ସ୍ୱାଗତ କରାଯାଇ ବାଇକ୍ ଶୋଭାଯାତ୍ରାରେ ତରବୋଡ ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରେ ଯାଦବ ସାମାଜ ସଭାପତି ଶଙ୍କର ଲାଲ ଅହିରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଛତିଶଗଡ ମହିଳା ସଭା ନେତ୍ରୀ ଲଲିତା ଯାଦବ, ଉତ୍କଳ ଯାଦବ ମହାସଂଘ ସଭାପତି ଲମ୍ବୋଦର ନିଆଲ, ଜିଲ୍ଲା ଯାଦବ ସମାଜ ଜିଲ୍ଲା ସଭାପତି ଭରତଲାଲ ରାଉତ, କୋମନା ବ୍ଲକ ସଭାପତି ତାରାଚନ ଥପା,ସହ ସମ୍ପାଦକ ଯୋଗେନ୍ଦ୍ର ବାଗ, କୁନୁ କରୁଆଁ, ମାଧୋ ପ୍ରସାଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସବୁ ରାଜ୍ୟର ଯାଦବ ଏକତ୍ରିତ ହୋଇର ଅନ୍ଧବିଶ୍ୱାସ, କୁସଂସ୍କାରଠାରୁ ଦୂରେଇ ରହି ନାରୀ ଶିକ୍ଷା, ରାଜନୈତିକ, ଅର୍ଥନୈତିକ ଉପରେ ଗୁରୁତ୍ୱ ଦେଲେ ସମାଜ ଆହୁରି ଆଗକୁ ଗତି କରିବ ବୋଲି ମତବ୍ୟକ୍ତ କରିଥିଲେ । ବିଶେଷ କରି ଯାଦବଙ୍କ ଗୋପାଳନ ଉପରେ ପ୍ରାଧାନ୍ୟ ଦେବା ପାଇଁ ଆହ୍ୱାନ କରିଥିଲେ । ସମସ୍ତ ପ୍ରକାର ଯାଦବଙ୍କୁ ଏକତ୍ର କରିବା ଏହି ସମରସ୍ତା ଯାତ୍ରା ପୁରୀ ପର୍ଯ୍ୟନ୍ତ ଯିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି । ଅହିର ୟାଦବ ସମାଜ ସମ୍ପାଦକ ଯମୁନାଲାଲ ୟାଦବ, କୋଷାଧ୍ୟକ୍ଷ ଭୋଜରାମ ଅହିର, ଉଦ୍ୟାନବନ୍ଧ ସଭାପତି ଈଶ୍ୱର ଅହିର, ଖରିଆର ରୋଡ୍ ସଭାପତି ବାଳକୃଷ୍ଣ ଅନ୍ଦିର, ରେଙ୍ଗାବାହାଲ ସଭାନେତ୍ରୀ ସରୋଜ ଅହିର, ଯୁବ ଜିଲ୍ଲା ସଭାପତି ଅମିତ ଅହୀର ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଏହି ଯାତ୍ରା ଚତୁର୍ଥ ବର୍ଷରେ ପହଞ୍ଚିଥିବା ସୂଚନା ମିଳିଛି ।
Prev Post