ବଲାଙ୍ଗିର, (କେପିଏନ୍ଏସ୍) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ବଲାଙ୍ଗିରର ସଦସ୍ୟ ବୃନ୍ଦ ଗତକାଲି ନୂଆ ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସଂଘ ହାତକୁ ନେଉଥିବା ବହୁବିଧ ସମାଜ ମଙ୍ଗଳ କାମ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ବଜାର କଲା ବେଳକୁ ଥରେ ମାତ୍ର ବ୍ୟବହାରଯୋଗ୍ୟ ତଥା ବର୍ଜନୀୟ ପଲିଥିନ ଓ ପ୍ଲାଷ୍ଟିକ ମୁଣାର ବ୍ୟବହାର ଉପରେ ନିଷେଦ୍ଧାଦେଶ ରହିଛି । ପରିବେଶ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ଏହାର କଡାକଡି ପାଳନକୁ ନିଶ୍ଚିତ କରିବା ପାଇଁ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆ ଯାଇଥିଲା । ଜିଲ୍ଲାପାଳ ମହୋଦୟ ଏ ଦିଗରେ ତୁରନ୍ତ ପଦକ୍ଷେପର ପ୍ରତିଶୃତି ଦେଇଥିଲେ । ସୌଜନ୍ୟମୂଳକ ଏହି ସାକ୍ଷାତରେ ସଂଘର ସଭାପତି ରତନ କୁମାର ମହାରଣା ସହିତ କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ପରିଚାଳନା କମିଟି ସଦସ୍ୟ ମୋହନ ଗୋପାଳ ପଣ୍ଡା ତଥା ବୈଷ୍ଣବ ସାହୁ ଓ ଭଗବାନ ବଗର୍ତ୍ତୀ ପ୍ରମୁଖ ସାମିଲ ହୋଇଥିଲେ ।
Next Post