om academy

ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପିଇଏ ଅଶୋକ କୁମାର ପାଣିଗ୍ରାହୀ ଯୋଗଦେଇ ଥିଲେ । ସରପଞ୍ଚ ଲୋକନାଥଙ୍କ ସଭାପତିତ୍ୱରେ ପିଇଓ ସତ୍ୟ ଝାଙ୍କର ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ସରକାରଙ୍କ ବିଭିନ୍ନ ଯୋଜନା ବିଷୟକୁ ନେଇ ଟିକିନିଖି ଭାବରେ ବୁଝାଇ କହିଥିଲେ । ଏହି କାର୍ଯ୍ୟକ୍ରମରେ ସେମେଲା ଗାଁର ବାଙ୍ଗୁରି କଳାକାର ବୃନ୍ଦ, ସାନବାଙ୍କି ଗାଁର ଦଣ୍ଡନୃତ୍ୟ କଳାକାର ବୃନ୍ଦ ଗୀତ ମାଧ୍ୟମରେ ସରକାରୀ ଯୋଜନା ଗୁଡିକ ବୁଝାଇ କହିଥିଲେ ଏବଂ ମହିଳା ସଶକ୍ତିକରଣ ଦାବରି ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଝିଅ ଜନ୍ମ ବିଷୟକୁ ନେଇ ନାଟକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା, ୱାର୍ଡ ମେମ୍ବର, ଉଦ୍ୟାନ କୃଷି ବିଭାଗର ଗୀତାଞ୍ଜଳୀ ବେହେରା(ଏଚ୍‌ଇଡବ୍ଲୁ), କୈଳାସ ଖୁରା (ଉଦ୍ୟାନ ସାଥୀ) ଓଡ଼ିଶା ମିଲେଟ ମିଶନ୍ ବିଭାଗ, ହିଆଁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁରୁ ଆସିଥିବା ଏସ୍‌ଏଚ୍‌ଜି ମହିଳା ବୃନ୍ଦ, ଅଙ୍ଗନୱାଡ଼ି କର୍ମଚାରୀ ବୃନ୍ଦ, ଆଶା କର୍ମୀ ବୃନ୍ଦ, ସିଆର୍‌ପି, ଏମ୍‌ବିକେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight + 16 =