ପୋତା ଯାଇଥିବା ନବଜାତ ଶିଶୁ ପୁତ୍ର ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସପ୍ତାହିକ ବଜାର ପଡାଠାରେ । ମାଟିରେ ପୋତାଯାଇଥିବା ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ନବଜାତ ଶିଶୁ ପୁତ୍ରକୁ କୃଷି ଫାର୍ମ ନିକଟରେ ଲାଲ କନାରେ ଘୋଡ଼ାଇ ମୁଣ୍ଡକୁ ଛାଡି ମାଟି ତଳେ ପୋତା ଯାଇଥିଲା । ସେହି ସ୍ଥାନରୁ ଶିଶୁର କାନ୍ଦିବା ଶୁଣି ପଡାର ଦ୍ଵିତୀୟା ଶବର ଶିଶୁଟିକୁ ଉଦ୍ଧାର କରିଥିଲେ । ପରେ ପଡାର ମହିଳାମାନେ ରୁଣ୍ଡ ହୋଇ ଘରକୁ ଆଣିଥିଲେ । ସେହି ନବଜାତ ଶିଶୁ ପୁତ୍ରକୁ ଅନ୍ୟ ଜଣେ ବ୍ୟକ୍ତି ନେଇ ଯାଇଥିଲେ । ଖବର ପାଇ ଖଡ଼ିଆଳ ପୋଲିସ ପହଞ୍ଚି ଶିଶୁ ପୁତ୍ରକୁ ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଶିଶୁ ସୁରକ୍ଷା ସମିତିକୁ ଶିଶୁପୁତ୍ରକୁ ହସ୍ତାନ୍ତର କରାଯାଇଛି ବୋଲି ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି କହିଛନ୍ତି । ସେହିପରି ଶିଶୁ ସୁରକ୍ଷା ସମିତି ଅଧକ୍ଷ ଡ଼ଃ. ଫନିନ୍ଦମ ଦେଓଙ୍କୁ ଯୋଗାଯୋଗ କରାଯାଇଥିଲା ।

Leave A Reply

Your email address will not be published.

18 − 3 =