ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ କ୍ରୀଡ଼ା ବିଭାଗ ତଥା କ୍ରୀଡ଼ା ଛାତ୍ରାବାସ ବଲାଙ୍ଗିର ଆନୁକୂଲ୍ୟରେ ମେ’ ମାସ ୧ ତାରିଖରୁ ଚାଲିଥିବା ଅଣଆବାସିକ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ସହକାରୀ ଜିଲ୍ଲାପାଳ ସୋମକେଶ ନାୟକ ଏବଂ ସହକାରୀ ଜିଲ୍ଲାପାଳ ଆଦିତ୍ୟ ଦଳବେହେରା ଉପସ୍ଥିତ ରହି ସମସ୍ତ ଫୁଟବଲ ପ୍ରତିଭାମାନଙ୍କୁ ସାର୍ଟିଫିକେଟ ଦେଇ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ୍ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଉକ୍ତ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିରରେ ୩୦ ଜଣ କୁନି ପ୍ରତିଭା ୨୨ ଦିନ ଧରି ଫୁଟବଲର ବିଭିନ୍ନ କୌଶଳମାନେ ଶିକ୍ଷାଲାଭ କରିବା ସହିତ ଆଗାମୀ ଦିନରେ ଜଣେ ଭଲ ଫୁଟବଲ ଖେଳାଳି ହେବା ପାଇଁ ପ୍ରତିଶୃତି ବଦ୍ଧ ହୋଇଥିଲେ ।

Leave A Reply

Your email address will not be published.

five − one =