‘ସଚେତନ ହେମା’ ଅନୁଷ୍ଠାନକୁ ସଂସ୍କୃତି ଅଧିକାରୀଙ୍କ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ ସଂଗୀତ ନାଟକ ଏକାଡେମୀ, ନୂଆଦିଲ୍ଲୀ ସହଯୋଗରେ ଚାଲିଥିବା ସାତ ଦିବସୀୟ ଶିଶୁ ନାଟ୍ୟ କର୍ମଶାଳାର ତୃତୀୟ ଦିନରେ ବରଗଡ଼ ଜିଲ୍ଲା ସଂସ୍କୃତି ଅଧିକାରୀ ସାସ୍ତ୍ରାଶ ପଣ୍ଡା ଅନୁଷ୍ଠାନ ପରିଦର୍ଶନ କରିଥିଲେ । ପରିଦର୍ଶନ ବେଳେ ଜିଲ୍ଲା ଶ୍ରମିକ ଅଧିକାରୀ ଓ ଜିଲ୍ଲା ପଞ୍ଚାୟତିରାଜ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସଂସ୍କୃତି ଅଧିକାରୀ ଅନୁଷ୍ଠାନର କାର୍ଯ୍ୟ ପନ୍ଥାକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ଉନ୍ନତି ପାଇଁ ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ । ତୃତୀୟ ଦିନରେ ସଂଗୀତଜ୍ଞ ଲାଦୁ ମହାନନ୍ଦ ଶିଶୁମାନଙ୍କୁ ନୃତ୍ୟ ଶିକ୍ଷା ଦେଇଥିଲେ । ପରେ ଦୟାସାଗର ଧରୁଆ ଓ ନାଟ୍ୟକାର ରାଜକୁମାର ସାହୁ ତାଲିମକୁ ଆଗକୁ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ରଞ୍ଜାଳ ବାଗ, ଇନ୍ଦ୍ରମଣି ସାହୁ, ଘନଶ୍ୟାମ ଭୋଇ, କୁଳମଣି ପଶାୟତ, ହେମନ୍ତ ମହାକୁର, ଜୟନ୍ତ ସାହୁ, ରସିକ ବରିହା, ସୁବ୍ରତ ସାହୁ, ରବୀନ୍ଦ୍ର ସାହୁ, ଗୌତମ ସାହୁ, ଧର୍ମେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × 5 =