jayashree

ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ବାମସେଫ ତରଫରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଶନ ଶକ୍ତି ଭବନ ବଲାଙ୍ଗିର ଠାରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ବାମସେଫ ତରଫରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ନବସେତୁ ପତ୍ରିକା ଏବଂ ଅନ୍ୟ ସହଯୋଗୀ ସଂଗଠନ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ମାନନୀୟ ଇଂ ବେଲାର ସିଂ ଭୋଇ, ସଭାପତି କୁଲତା ସମାଜ ବଲାଙ୍ଗିର, ଆନନ୍ଦ ପଧାନ ଓବିସି ମଞ୍ଚ ବଲାଙ୍ଗିର ଭରତ ଚନ୍ଦ୍ର ସିଂ ସଭାପତି ବାମସେଫ ଓଡ଼ିଶା, ରୀନା ସିଂ ସଭାନେତ୍ରୀ ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ନବସେତୁ, ଅଚ୍ୟୁତ କୁମ୍ଭାର ପ୍ରମୁଖ ଉପସ୍ଥିତ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିଥିଲେ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ମଧ୍ୟ ଗଠନ କରାଯାଇଥିଲା । ଏତଦ୍ ବ୍ୟତୀତ ବହୁଜନ ମୁକ୍ତି ପାର୍ଟି ବଲାଙ୍ଗିର ତରଫରୁ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଟୋକୁ ପ୍ରତିବାଦର ନମୁନା ଭାବେ ଦେ ଧକ୍କା କାର୍ଯ୍ୟକ୍ରମ ସଭାପତି ସରୋଜ କୁମାର ମେଶ୍ଵାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାର ଶତାଧିକ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.