
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର କୁଟାସିଂହା ଗ୍ରାମର ଜଣେ ମେଳାପୀ, ଧର୍ମ ପରାୟଣ ଖାଡ଼ିଆ ପଧାନଙ୍କ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତ୍ୟୁ ସମୟରେ ବଡ଼ ପୁଅ ଦଶରଥ ପଧାନ, କାର୍ତ୍ତିକ ପଧାନ, ସାମଜିକ କର୍ମୀ ପ୍ରମୋଦ ବଗର୍ତ୍ତୀ, ଆଗଲପୁର ବ୍ଲକ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିନିଧି ପୀତାମ୍ବର କଣ୍ଟା ମଧ୍ୟ ଉପସ୍ଥିତ ଥିଲେ । ଅନ୍ତିମ ସଂସ୍କାରରେ ଦଶରଥ ପଧାନ, କାର୍ତ୍ତିକ ପଧାନ, ଅନନ୍ତ ପଧାନ ମୁଖାଗ୍ନୀ ଦେଇଥିଲେ ନାତି ରୂପେଶ ପଧାନ ମଧ୍ୟ ଉପସ୍ଥିତ ଥିଲେ । ମୃତ୍ୟୁ ସମୟରେ ତାଙ୍କର ପରିବାରର ୩ ପୁଅ, ବୋହୂ, ନାତି, ଜାତି ବନ୍ଧୁ ଏବଂ ଗ୍ରାମର ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ ।