
- ନୂତନ କର୍ମକର୍ତ୍ତା ମନୋନୟନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଫଫସୀ କେନ୍ଦ୍ର ବୁଢ଼ାବାହାଲ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ଷାଠିଏ ଘର ଡୁମାଳ ସମାଜର ଏକ ଜିଲ୍ଲାସ୍ତରୀୟ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଶରତ ମହାକୁରଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବରୁ ଜିଲ୍ଲା ସଭାପତି ରୂପେ ଶ୍ରୀ ମହାକୁର ମନୋନୀତ ହୋଇଥିଲେ ମଧ୍ୟ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ କର୍ମକର୍ତ୍ତା ମନୋନୟନ ହୋଇନଥିବାରୁ ବ୍ୟାପକ ବିଚାର ଆଲୋଚନା ପରେ ନୂତନ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଏଥିରେ ନୂତନ ସମ୍ପାଦକ ରୂପେ ସୁବଳ ଖମାରୀ, ଉପସଭାପତି ପୁରୁଷୋତ୍ତମ କଲତା, ସହସମ୍ପାଦକ ଶଙ୍କର୍ଷଣ ଭୋଇ, କୋଷାଧ୍ୟକ୍ଷ ନାରାୟଣ କମ୍ପ,ସଭ୍ୟ ରୂପେ ମାଲିକ ମହାକୁର, ଦୟାନିଧି ଖମାରୀ, ଚକାନନ୍ଦ କମ୍ପ, ବୁଦ୍ଧଦେବ ମହାକୁର, ସଞ୍ଜୟ ମହାକୁର, ମଧୁସୂଦନ ଖେତି ଓ ବୁଦ୍ଧଦେବ ମେର୍ଲି ତଥା ଉପଦେଷ୍ଟା କମିଟିରେ ପୂର୍ବ ଜିଲ୍ଲା ସଭାପତି ଲମ୍ବୋଦର ମହାକୁର, ଧରଣୀଧର ପାତ୍ର, ସଦାନନ୍ଦ ଗୁରାଣ୍ଡି, ବିଶ୍ୱାମିତ୍ର ବଘାର, ଚମରା ମହାକୁର, ଶୁକ୍ଳାମ୍ୱର ନାଏକ ଓ ଗଙ୍ଗାଧର ବାରିକଙ୍କୁ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ନୂତନ କର୍ମକର୍ତ୍ତା ଡୁମାଳ ସମାଜ ପାଇଁ ମିଳିମିଶି କାର୍ଯ୍ୟ କରିବା ଉପରେ ସଭାପତି ଶ୍ରୀ ମହାକୁର ଗୁରୁତ୍ୱ ଆରୋପ କରିବା ସହ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ବୈଠକରେ ଚକ୍ ସଭାପତି ହରେକୃଷ୍ଣ ମହାକୁର, ବୃଷଭ ଦନ୍ତା, ପ୍ରଫୁଲ୍ଲ ବଘାର, ବନମାଳୀ ଖମାରୀ, ଗୋପବନ୍ଧୁ କର୍ମୀ, ଭୋପାଳ ଚନ୍ଦ୍ର ମହାକୁର, କନ୍ଦର୍ପ ଦନ୍ତା, ଲଛମନ ମହାକୁର, ଜଗମୋହନ କର୍ମୀ, ଶଶିଭୂଷଣ ମହାକୁର, ଗୋରେଖ ପଧାନ, ରଜନୀକାନ୍ତ ଡାଙ୍ଗ, ସତ୍ୟବାଦୀ ମହାକୁରଙ୍କ ସହ ଚକ୍ ସମ୍ପାଦକ ଫକୀର ମୋହନ ଖମାରୀ, ନିରଞ୍ଜନ କର୍ମୀ ଓ ଦୁର୍ଗାନନ୍ଦ ମହାକୁରଙ୍କ ସମେତ ଜିଲ୍ଲାର ସମସ୍ତ ୨୬ଟି ଚକ୍ ସଭାପତି, ସମ୍ପାଦକ ଓ ଜିଲ୍ଲା କମିଟିକୁ ମନୋନୀତ ହୋଇଥିବା ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଫଫସୀ କେନ୍ଦ୍ର ସମ୍ପାଦକ ନାରାୟଣ କର୍ମୀଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ କନ୍ଧେନବାହାଲି ଚକ୍ ସମ୍ପାଦକ ଭୋଜରାଜ କଲତା ଧନ୍ୟବାଦ୍ ଦେଇଥିଲେ ।