jayashree

ପରିଗଣନା ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ ‘ଏସ୍‌ଆଇଆର୍‌’କୁ ନେଇ ବାଲିଗୁଡାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି । ସ୍ଥାନୀୟ ବିଏଲ୍‌ଓ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧୀକାରୀ ଶ୍ରୀମତୀ ପ୍ରଣୀତାଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳ ତାକୁ ଗ୍ରହଣ କରିବା ସହିତ ବାଲିଗୁଡା ସହରର ବିଭିନ୍ନ ଅଞ୍ଚଳକୁ ଯାଇ ପରିଗଣନା ଫର୍ମ ବଣ୍ଟନ କରି ବିଏଲଓ ଏବଂ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଉପ ଜିଲ୍ଲାପାଳ ଏସ୍‌ଆଇଆର୍‌ ସମ୍ପର୍କିତ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶନିବାର ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାର ସମସ୍ତ ଅଞ୍ଚଳରେ ପରିଗଣନା ଫର୍ମ ବଣ୍ଟନ ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଅଭିଯାନରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ମାନେ ପ୍ରତ୍ୟେକ ଘରକୁ ଯାଇ ଭୋଟରମାନଙ୍କୁ ପରିଗଣନା ଫର୍ମ ବାଣ୍ଟିବେ । ଏହି ଫର୍ମରେ ଭୋଟରଙ୍କ ପୁରୁଣା ତଥ୍ୟ ସହ ଏକ ନୂତନ ଫଟୋଗ୍ରାଫ୍ ଲଗାଇବା ପାଇଁ ସ୍ଥାନ ରହିଛି । ଭୋଟରମାନେ ନିଜର ଏବଂ ନିଜ ପରିବାର ସଦସ୍ୟଙ୍କ ସଠିକ୍ ବିବରଣୀ ଯେପରିକି- ଜନ୍ମ ତାରିଖ, ଆଧାର ନମ୍ବର, ମୋବାଇଲ୍ ନମ୍ବର ଏବଂ ଭୋଟର କ୍ରମିଜ ନମ୍ବର ଆଦି ପୂରଣ କରିବେ । କୌଣସି ସନ୍ଦେହ ଉପୁଜିଲେ, ଫର୍ମରେ ଉଲ୍ଲେଖ ଥିବା ବିଏଲ୍‌ଓଙ୍କ ମୋବାଇଲ୍ ନମ୍ବରରେ ଲୋକେ ସିଧାସଳଖ ଯୋଗାଯୋଗ କରିପାରିବେ । ଫର୍ମ ବାଣ୍ଟିବାର କିଛି ଦିନ ପରେ ବିଏଲ୍‌ଓମାନେ ପୁଣିଥରେ ଘରକୁ ଆସି ପୂରଣ ହୋଇଥିବା ଫର୍ମଗୁଡ଼ିକୁ ସଂଗ୍ରହ କରିବେ । ଏଥିସହିତ ସେମାନେ ଦୁଇଟି ଫର୍ମରୁ ଗୋଟିଏ ନିଜ ସହ ନେବେ ଏବଂ ନାଗରିକମାନଙ୍କୁ ପ୍ରମାଣ ସ୍ୱରୂପ ଅନ୍ୟ ଫର୍ମ ଦସ୍ତଖତ କରି ପ୍ରଦାନ କରିବେ । ଭୋଟର ତାଲିକାରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ଏବଂ ଅଯୋଗ୍ୟଙ୍କ ନାମ ହଟାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଯେଉଁମାନେ ବାହାରେ ରହୁଛନ୍ତି କିମ୍ବା ଅଫଲାଇନରେ ଫର୍ମ ପୂରଣ କରିପାରିବେ ନାହିଁ, ସେମାନେ (ଙ୍ଖକ୍ଟଗ୍ଧରକ୍ସଗ୍ଦ.ରମସ.ଶକ୍ଟଙ୍ଖ.ସଦ୍ଭ) ଜରିଆରେ ଅନଲାଇନ୍ ମାଧ୍ୟମରେ ନିଜର ଆବେଦନ ଦାଖଲ କରିପାରିବେ, ଯାହାକୁ ପରେ ବିଏଓ ଏବଂ ଇଆରଓ ଯାଞ୍ଚ କରିବେ । ଏହି ଗୁରୁତ୍ଵପୂର୍ଣ୍ଣ ପ୍ରକ୍ରିୟାକୁ ସଫଳ କରିବା ନିମନ୍ତେ ବିଏଓ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ବାଲିଗୁଡା ବାସୀଙ୍କୁ ଉପ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.