
ରାଉରକେଲା, (ସସ୍ମିତା ପ୍ରଧାନ) : କରାଟେ ଆସୋସିଏସନ୍ ଇଣ୍ଡିଆ ଓ ନେପାଳ କରାଟେ ଫେଡେରେସନର ସ୍ଵୀକୃତିପ୍ରାପ୍ତ ରାଉରକେଲାର ଓଡିଶା ସିତୋରିଓ କରାଟେ ଇଣ୍ଡିଆ ଆସୋସିଏସନର ଗ୍ରୀଷ୍ମ କାଳୀନ ଶିବିର ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ କୋଚ୍ ସେନସାଇ ଧର୍ମେନ୍ଦ୍ର ସିଂଙ୍କ ଆବାହକତ୍ୱ ଓ ଏମ୍ ମଧୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅନିକେତ ଚନ୍ଦ୍ର, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ରାଜେଶ ପ୍ରସାଦ, ସମିମ ଶେଖ ପ୍ରମୁଖ ଯୋଗଦେଇ କରାଟେ ପ୍ରଶିକ୍ଷଣ ନେଉଥିବା ପ୍ରତିଯଗୀଙ୍କୁ ଆଜିର ଦିନରେ କରାଟେ ଶିକ୍ଷଣୀୟ ଆବଶ୍ୟକତା ଓ ଏହା କିପରି ଆତ୍ମବିଶ୍ଵାସକୁ ବୃଦ୍ଧିରେ ସାହାଯ୍ୟ କରେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବ୍ଲାକ ବେଲ୍ଟ ହାସଲ କରିଥିବା ପି ସି କଂସାରୀ, ସୁରଜ ମହାନ୍ତି, ଆର୍ୟନ ପାତ୍ର, ରୋହନ ଗାଡିଆ, ସୁଶାନ୍ତ କୁମାର ବିଶ୍ୱାଳ, ଦେବୀଦତ୍ତା ମହନ୍ତ, ରକି ଖାଡିଆ, ଆନନ୍ଦ ମଲ୍ଲିକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ବେଲ୍ଟ, ଟି-ସାର୍ଟ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଲକ୍ଷ୍ମୀ ନାରାୟଣ ମିଶ୍ର, ସସ୍ମିତା ପ୍ରଧାନ ମଞ୍ଚାସୀନ ଥିଲେ । ଏହି ଶିବିରରେ ବହୁ ସଂଖ୍ୟାରେ ପ୍ରତିଯଗୀଙ୍କ ସହ ସେମାନଙ୍କ ଅଭିଭାବକମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟ କୋଚ୍ ସେନସାଇ ଶ୍ରୀ ସିଂ କୃତଜ୍ଞତା ଓ ଶେଷରେ ସଂଯୋଜକ ଏମ ମଧୁ ଧନ୍ୟବାଦ ଅର୍ପଣ କରିଥିଲେ ।