oom

ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ଶିବିର

jsmm

ଲାଞ୍ଜିଗଡ଼ : ମହାମାରୀ କୋଭିଡ ପରିସ୍ଥିତି ପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଏବେ ପ୍ରତି ସୋମବାର ଦିନ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି କରାଯିବାକୁ ଧାର୍ଯ୍ୟ ହୋଇଛି । ପୂର୍ବରୁ ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ଏହାକୁ ନିଜସ୍ୱ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇ ସପ୍ତାହର ପ୍ରତି ମଙ୍ଗଳବାର ଦିନ ଅଭିଯୋଗ ଶୁଣାଣି କରାଯାଉଥିଲା । ବର୍ତ୍ତମାନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଏବେ ସୋମବାର ଦିନ ଅଭିଯୋଗ ଶୁଣାଣି କରାଯିବ ବୋଲି ଜଣାପଡିଛି । ଏହି କ୍ରମରେ ଗତକାଲି ଦୁର୍ଗମ ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ, ସମିତି ସଭ୍ୟା ସୁଦଶା ପଟ୍ଟନାୟକ, ବ୍ଲକ ଶିକ୍ଷାଧିକରୀ ସଞ୍ଜୀବ ନାଏକଙ୍କ ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ କୁମାର ସାହୁଙ୍କ ସମେତ ପଞ୍ଚାୟତ କର୍ତ୍ତୃପକ୍ଷ ପରିଚାଳନା କରିଥିଲେ । ଏହି ଅବସରରେ ରେକର୍ଡ ସଂଖ୍ୟକ ୨୦୧ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ।

jittmm
Leave A Reply

Your email address will not be published.