oom

ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର

jsmm

କଳାହାଣ୍ଡି (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମିଶନ ଶକ୍ତି ଗୃହଠାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ଶାଖା ପରିଚାଳକ ଦିନମଣି ନାଏକ ଉପସ୍ଥିତ ରହି ବ୍ୟାଙ୍କର ବିଭିନ୍ନ ଯୋଜନା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ୍‌ ଇତ୍ୟାଦି ଯୋଜନା ସମ୍ପର୍କରେ ଉପସ୍ଥିତ ସଦସ୍ୟାମାନଙ୍କୁ ଅବଗତ କରାଇଥିଲେ । ଉକ୍ତ ଶିବିରରେ ତେରେସିଂହା ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ ସଭାନେତ୍ରୀ ପଦ୍ମିନୀ ବାଗ, ସିଆରପି ଜମ୍ବୁବତୀ ନାଏକ, ତେରେସିଂହା ଆଞ୍ଚଳିକ ମଞ୍ଚ ସମ୍ପାଦିକା ଭାଗ୍ୟବତୀ ବାଗଙ୍କ ସମେତ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିଲେ । ଏଥିରେ ବ୍ୟାଙ୍କ କ୍ୟାସିୟର ରବୀନ୍ଦ୍ର ବାର୍ଲା, ସୁଶାନ୍ତ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.