pakka

ବଙ୍ଗୋମୁଣ୍ଡା ବ୍ଲକର ଗାଁ ସାଥୀ ତାଲିମ ଶିବିର ଉଦ୍‌ଘାଟିତ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହଠାରେ ଆଜି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ଗାଁ ସାଥୀମାନଙ୍କୁ ନେଇ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏପିଓ ଲକ୍ଷ୍ମଣ ବୁଡେକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା ଯୋଗ ଦେଇଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଦାଦନ ପ୍ରବଣ ବ୍ଲକ ଭାବରେ ବେଶ ପରିଚିତ । ଏହି ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେମାନଙ୍କୁ କିପରି ଭାବରେ ରୋକାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ । ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ମୁଖ୍ୟ ଜୀବିକା ପାଲଟିଛି ମନରେଗା । ତୃଣମୂଳ ସ୍ତରରୁ କିପରି ଭାବେ ଶ୍ରମିକମାନେ ନିୟୋଜିତ ହୋଇ କାମ କରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ବ୍ଲକ ସାମାଜିକ ସମୀକ୍ଷକ ସୁଶୀଲ କୁମାର ପୋଢ଼ ତାଲିମ ଦେଇଥିଲେ । ଏଥିରେ ବଙ୍ଗୋମୁଣ୍ଡା ଗାଁ ସାଥୀ ସଂଘର ସଭାପତି ରତନ ଦୀପ, ସମ୍ପାଦକ ଗଦାଧର ସିକାଙ୍କ ସହ ବହୁ ଗାଁ ସାଥୀମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । ମନରେଗା ଆସିଷ୍ଟାଣ୍ଟ ମୁକୁନ୍ଦ ହରପାଲ, ଚନ୍ଦ୍ରଧ୍ୱଜ ପୁଟେଲ, ଡିଇଓ ପ୍ରଦୀପ ରଣାଙ୍କ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

thirteen − 8 =