pakka

ଅଭିନେତା ସମୀର ଖକ୍କରଙ୍କ ପରଲୋକ

ମୁମ୍ବାଇ : ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କରଙ୍କ ପରଲୋକ ହୋଇଛି । ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସମୀର ଖକ୍କରଙ୍କ ଭାଇ ଗଣେଶ ଖକ୍କର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସମୀରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏବଂ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ମଙ୍ଗଳବାର ଅପରାହ୍ନରେ ଯେତେବେଳେ ନିଶ୍ୱାସ ନେବାରେ ଅସୁବିଧା ହେଲା ତାଙ୍କୁ ବୋରିଭାଲୀ ଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସକାଳ ପ୍ରାୟ ୪.୩୦ରେ ତାଙ୍କର ଦେହାନ୍ତ ହୋଇଥିଲା । ସମୀର ଖକ୍କର ୮୦ ଦଶକର ସିରିଏଲ ନୁକ୍କଡ (୧୯୮୬)ରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ।

Leave A Reply

Your email address will not be published.

six − four =