pakka

ବସ୍‌କୁ ପଛପଟୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍‌ : ୧ ମୃତ, ୫ ଯାତ୍ରୀ ଆହତ

bbehera

ପାଲଲହଡା : ଅନୁଗୁଳ ଜିଲ୍ଲା ଡିମିରିଆ ଛକ ନିକଟରେ ବସ୍‌କୁ ପଛପଟୁ ଧକ୍କା ଦେଇଛି ଟ୍ରକ୍‌ । ଫଳରେ ଘଟଣାସ୍ଥଳରେ ବସ୍‌ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ବସ୍‌ ଯାତ୍ରୀ ଆହତ ହୋଇଛଥିବା ଜଣାପଡିଛି । ସୂଚନା ଅନୁସାରେ ବୁଧବାର ଭୋର୍‌ ୩ଟା ସମୟରେ ବାଲେଶ୍ୱରରୁ ବରଗଡ ଯାଉଥିବା ଶ୍ରୀରାମଜୀ ନାମକ ଯାତ୍ରୀବାହୀ ବସ୍‌ ଡ଼ିମିରିଆ ଛକଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲ୍‌ପର ବସ୍‌ର ଚକ ଯାଞ୍ଚ କରୁଥିବା ବେଳେ ପଛପଟୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଲେଶ୍ୱର ଜିଲ୍ଲା ସହାଦେବ ଖୁଣ୍ଟା ଦରଜୀ ପୋଖରୀ ଛକ ଅଂଚଳର ପ୍ରଶାନ୍ତ ମିଶ୍ରଙ୍କ ମୃତ୍ୟୁ ଘଟିଛି । ଏହା ସହିତ ୫ ଜଣ ବସ୍‌ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ପାଲଲହଡା ପୋଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଗୁରୁତର ରହିଛି । ଗୁରୁତର ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ଭାନପୁର ଗ୍ରାମର ମୁଙ୍ଗୁଲି ବରିହା । ତାଙ୍କର ଗୋଡ ଭାଙ୍ଗିବା ସହିତ ବେକରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ମୁଙ୍ଗୁଲିଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଅନ୍ୟ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ପାଲଲହଡା ପୋଲିସ ଗାଡି ଦୁଇଟିକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

2 × one =