ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର ଉଦ୍‌ଘାଟିତ

ତିଗିରିଆ : ତିଗିରିଆ ନିଜିଗଡ଼ ପଞ୍ଚାୟତ ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ (ସଂଯୁକ୍ତ ବିଭାଗ)ର ୭ ଦିନିଆ ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିରର ଉଦ୍‌ଘାଟନୀ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁଧାଂଶୁବାଳା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିବା ସହିତ ସ୍ଵେଚ୍ଛାସେବୀମାନଙ୍କୁ ସମାଜସେବା ସମ୍ବନ୍ଧରେ ଉଦ୍‌ବୋଧନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏନ୍‌ଏସ୍‌ଏସ୍ ଆଞ୍ଚଳିକ ନିର୍ଦ୍ଦେଶାଳୟର ୟୁଥ ଅଫିସର ଏନ୍‌ସି ଦେଓରୀ ଓ ପୂର୍ବତନ ପୋଗ୍ରାମ କୋର୍ଡିନେଟର ଡଃ ମନୋରଞ୍ଜନ ମହାନ୍ତି ଯୋଗଦେଇ ସ୍ଵେଚ୍ଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ ଓ ଭୂମିକା ସମ୍ବନ୍ଧରେ ସଚେତନ କରିଥିଲେ । ଶିବିରରେ ନିଜିଗଡ଼ ସ୍ଥିତ ଶବର ସାହିକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏନ୍‌ଏସ୍‌ଏସ ସ୍ଵେଚ୍ଛାସେବୀ ମାନେ ବାଳିକା ଶିକ୍ଷା, ସ୍ଵାସ୍ଥ୍ୟ, ସ୍ଵଚ୍ଛତା ଓ କୋଭିଡ ସଚେତନତା ସୃଷ୍ଟି କରିବା ନିମନ୍ତେ କାର୍ଯ୍ୟକ୍ରମ ରହିଛି । ସଂଯୁକ୍ତ ବିଭାଗର ଯୋଜନା ଅଧିକାରୀ ଡଃ ପତିତପାବନ ପଣ୍ଡାଙ୍କ ନେତୃତ୍ଵରେ ସ୍ଵେଚ୍ଛାସେବୀ ମାନେ ଉଦ୍‌ଘାଟନୀ ଉତ୍ସବରେ ଯୋଜନାର କାର୍ଯ୍ୟପନ୍ଥାକୁ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.

nineteen − 17 =