pr

ତୁଳସୀ ପୂଜନ ଦିବସ ପାଳିତ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ହନୁମାନ ବାଟିକା, ରାଉରକେଲା, ସନ୍ଥ ଶ୍ରୀ ଆଶାରାମଜୀ ବାପୁ ସତସଙ୍ଗ ଭବନ ଠାରେ ୨୫ ଡିସେମ୍ବରକୁ ତୁଳସୀ ପୂଜନ ଦିବସ ରୂପେ ପାଳନ କରାଯାଇଛି । ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପାବନ ପ୍ରେରଣାରେ ସମ୍ପୂର୍ଣ୍ଣ ବିଶ୍ୱରେ ତୁଳସୀ ପୂଜନ ପାଳନ ପୂର୍ବକ ଏଠାରେ ମଧ୍ୟ ମନ୍ତ୍ର, ବନ୍ଦନା, ଅର୍ଘ୍ୟ, ପରିକ୍ରମା ଏବଂ ଆରତୀ ସହିତ ତୁଳସୀ ମା’ଙ୍କ ପୂଜନ କରାଯାଇଥିଲା । ଏହା ବ୍ୟତୀତ, ଏହି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାଧକ ଭକ୍ତମାନେ ସନ୍ଥ ଆଶାରାମଜୀ ବାପୁଙ୍କ ଜୀବନ ଚରିତ ‘ଶ୍ରୀ ଆଶାରାମାୟଣ ଯୋଗ ଲୀଳା’ର ପଠନ ଓ ଶ୍ରବଣ କରିଥିଲେ । ଏହା ସହିତ ଶ୍ରୀମଦ୍‌ ଭଗବତ ଗୀତାର ‘ସପ୍ତମ ଅଧ୍ୟାୟ’ ପାଠ କରି ଉକ୍ତ ପଠନର ପୂଣ୍ୟ ନିଜ ନିଜ ପିତୃପୁରୁଷମାନଙ୍କୁ ସମସ୍ତେ ଅର୍ପଣ କରିଥିଲେ । ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲାର ବାଳ ସଂସ୍କାର ପ୍ରଭାରୀ ସମୀର ପଟ୍ଟନାୟକଙ୍କ ତତ୍ୱାବଧାନରେ ସମ୍ପନ୍ନ ହୋଇଥିବା ଏହି କାର୍ଯ୍ୟକ୍ରମ ପରିଶେଷରେ ତୁଳସୀର ମହାନତା ଆଧ୍ୟାତ୍ମିକ, ବ୍ୟବହାରିକ ତଥା ବୈଜ୍ଞାନିକ ଦୃଷ୍ଟିରେ ଆଲୋଚନା କରାଯାଇଥିଲା । ଏହା ସହିତ ୨୫ ଡ଼ିସେମ୍ବର ଦିନକୁ ହିଁ ତୁଳସୀ ପୂଜନ ରୂପେ ସମଗ୍ର ବିଶ୍ୱରେ ବ୍ୟାପକ ଭାବେ ପାଳନ କରିବାର ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ମହାନ ଉଦ୍ଦେଶ୍ୟକୁ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରୀତି ବିଶ୍ଵକର୍ମା, ସୁଚିତ୍ରା ଦେଶପାଣ୍ଡେ, ଆଶା ଦେବୀ ମାଳି, ଶକୁନ୍ତଳା ମାଝୀ, ଲଳିତା ପୋଦାର, ସୁନିତା ସାହୁ, ଜୟ ଶଙ୍କର ଗୌଡ଼, ପର୍ଶୁରାମ ବଡାଇକ, ଦିଲୀପ ମହାନନ୍ଦିଆ, ବନାରସୀ ପ୍ରସାଦ, ଶିବ ବିଶ୍ଵକର୍ମା, ଦେବଜିତ ଶତପଥୀ, ଗୋବିନ୍ଦ ମାଝୀ, ଶିବ ଶଙ୍କର ମାଝୀ ଆଦି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.