pr

ସୁନାମୁଖି ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ

dr. purohit
  • ଭିତ୍ତିପ୍ରସ୍ତର ସ୍ଥାପନ କଲେ ସଞ୍ଜୟ ଦାସବର୍ମା

ବ୍ରହ୍ମଗିରି : ବ୍ରହ୍ମଗିରି ଆମ୍ବପଡା ପଞ୍ଚାୟତ ନରସିଂହ ପାଟଣା ଗ୍ରାମରେ ସୁନାମୁଖି ନଦୀ ଉପରେ କଣ୍ଟ୍ରୋଲ ଷ୍ଟ୍ରକ୍ଚର (ବ୍ୟାରେଜ)ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ବହୁ ପ୍ରତିକ୍ଷିତ ଏହି ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ବ୍ୟାରେଜ ହେବା ଫଳରେ ଆମ୍ବପଡା ପଞ୍ଚାୟତର ନରସିଂହ ପାଟଣା, ବଳଭଦ୍ର ପାଟଣା, ଜଗନ୍ନାଥ ପାଟଣା, ବରୁଡି, ବରଝଙ୍ଗା, ରେଣ୍ଢା ବରପଦା, ପଲଙ୍କ ପଞ୍ଚାୟତର ପଲଙ୍କ, ଚଣ୍ଡିପୁଟ, ମୋଟ, ରେବଣା ନୂଆଗାଁ ପଞ୍ଚାୟତର ଆଳିଆପୁଟ, ରେବଣା ନୂଆଗାଁ, ଜଗନ୍ନାଥ ପୁର, କଡାଜିତ ଏବଂ ଗୋରୁଆଳ ପଞ୍ଚାୟତର ଚାଷୀ ଉପକୃତ ହେବେ । ଏହା ସହିତ ବ୍ରହ୍ମଗିରି ବ୍ଲକର ଦକ୍ଷିଣ କାଣିଆର ୬.୭ କିଲୋମିଟର ଠାରୁ ୧୫.୭୦ କିଲୋମିଟର ପର୍ଯ୍ୟନ୍ତ ପୁନରୁଦ୍ଧାର, ବକ୍ସି କାଣିଆର ୮.୬ କିମି ଠାରୁ ୧୦.୧ କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ହେବ । ସେହିପରି ବେଣା କାଣିଆର ଠାରୁ ୪.୫ କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ଚଉଦସହ ମଉଜାର ୫.୬ କିମି ଠାରୁ ୭.୬ କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ପାଇଁ ୧,୬୨,୧୯,୫୭୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

nrusinghnath
Leave A Reply

Your email address will not be published.