oom

ମହାନ୍ ସାରସ୍ୱତ ସାଧକ ଡ. ମଂଗଳୁ ଚରଣ ବିଶ୍ୱାଲଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ : “ଉଦିଆଁ” ସମ୍ବଲପୁରୀ ସାହିତ୍ୟ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ

jsmm

ଝାରସୁଗୁଡା, (କେପିଏନ୍‌ଏସ୍‌) : ଝାରସୁଗୁଡା ଜିଲ୍ଲା ସଂସ୍କୃତି ଭବନଠାରେ ଗତକାଲି ଅପରାହ୍ନ ୩ଟାରେ ମହାନ୍ ସାରସ୍ୱତ ସାଧକ ଡ. ମଂଗଳୁ ଚରଣ ବିଶ୍ୱାଲଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ମହାସମାଗମରେ ସମାପନ ହୋଇଯାଇଛି । ଏହି ଅବସରରେ “ଉଦିଆଁ” ସମ୍ବଲପୁରୀ ସାହିତ୍ୟ ପତ୍ରିକାର ୧୮ ନଂ ସଂଖ୍ୟା ଉନ୍ମୋଚନ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଭାବେ ଡ. ଶିବପ୍ରିୟା ମିଶ୍ର, ମୁଖ୍ୟଅତିଥି ଭାବେ ପ୍ରଫେସର ଲଳିତ ମୋହନ ଦାସ, ମୁଖ୍ୟବକ୍ତା ଭାବେ ଡ. ସଂଯୁକ୍ତା ହୋତା ଉଦ୍‌ଘାଟକ ଭାବେ ଡ. ଦ୍ୱରିକାନାଥ ନାୟକ, ବକ୍ତା ଭାବେ ଦୁର୍ଗା ମାଧବ ପଣ୍ଡା, ଅତିଥି ଭାବେ ଉଦିତ ଚନ୍ଦ୍ର ପୀଟଯୋଶୀ, ଉଦିଆଁର ଉପଦେଷ୍ଟା ଡ. ଗୌରିଦାସ ପଧାନ ଏବଂ ଉଦିଆଁର ମୁଖ୍ୟ ସଂପାଦକ ସୁଶୀଲ କୁମାର ତ୍ରିପାଠୀ ମଂଚାସୀନ ଥିଲେ । ଏହି ଅବସରରେ କ୍ଷେତ୍ରମଣୀ ବିଭାର ତାଙ୍କର ଅନୁଭୁତି ରଖିଥିଲେ । ସଭା ଶେଷରେ କାଳିନ୍ଦୀ ପ୍ରତାପ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.