csstore

ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶୋକ ପ୍ରକାଶ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା-ସାହିତ୍ୟର ଗବେଷକ, ସମାଲୋଚକ ତଥା ଅତିବଢ଼ୀ ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ବରିଷ୍ଠ ସାହିତ୍ୟିକ ତଥା ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଶୋକସଭାରେ ଅନୁଷ୍ଠାନର ପୃଷ୍ଠପୋଷକ ତଥା ବରିଷ୍ଠ ଭେଷଜବିତ୍‌ ଡ଼ା. ପି.ସି. ସାହୁ, ଉପଦେଷ୍ଟା ଡ଼. ଡ଼ମ୍ବରୁଧର ସାହୁ, ନବୀନର ସମ୍ପାଦକ ରବି ରଥ, ସାହିତ୍ୟ ପ୍ରତିଷ୍ଠାନର କପିଳ ଚନ୍ଦ୍ର ମହାନ୍ତି, ସୁଶାନ୍ତ କର, ବି. ସତ୍ୟମ ଆଚାରୀ, ବନ୍ଦନା ମହାପାତ୍ର, କୋଷାଧ୍ୟକ୍ଷ ମଞ୍ଜୁ ରଥ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ, ରଞ୍ଜନ କୁମାର ସାହୁ, ରାଜ କୁମାର ରଥ, ଗଞ୍ଜାମ ଆଇନ ମହାବିଦ୍ୟାଳୟର ସହକାରୀ ପ୍ରଫେସର ସୁଦତ୍ତା ରଥ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆଚାର୍ଯ୍ୟଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରି ଓଡ଼ିଶା ତଥା ଭାରତ ବର୍ଷର ଜଣେ ବିଦ୍ୱାନ ଗବେଷକଙ୍କୁ ହରାଇଲା ବୋଲି ପ୍ରକାଶ କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

jayashree
Leave A Reply

Your email address will not be published.