
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ହିନ୍ଦୁ ଏକତା ମଞ୍ଚ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଥାନା ଅଧିକାରୀ ନୀଳକଣ୍ଠ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି । ହିନ୍ଦୁ ଏକତା ମଞ୍ଚ ଡ଼ାକରାରେ ସ୍ଥାନୀୟ ଶିବ ମନ୍ଦିର ଠାରେ ସମସ୍ତେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ଜଣ ନାଗରିକଙ୍କ ଆତ୍ମା ଅମର ରହେ, ପାକିସ୍ତାନ ବିରୋଧୀ ବିଭିନ୍ନ ନାରା ଦେଇ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ଥାନା ଅଧିକାରୀଙ୍କୁ ଲିଖିତ ଦେଇ ଉକ୍ତ ଅଞ୍ଚଳରେ ଥିବା ପାକିସ୍ତାନୀଙ୍କୁ ଘଉଡ଼ାଇବା ପାଇଁ କହିଥିଲେ । ଏଥିରେ ହିନ୍ଦୁ ମହାସଂଘର ପ୍ରତିଷ୍ଠାତା ଜୟନ୍ତ ସୂର୍ଯ୍ୟବଂଶ, ରାଜ୍ୟ ସମ୍ପାଦକ ଉମାକାନ୍ତ ବିଶ୍ୱାଳ, କଲ୍ୟାଣସିଂହପୁର ହିନ୍ଦୁ ପରିଷଦର ଆବାହକ ମନୋରଞ୍ଜନ ତ୍ରିପାଠୀ, ଦେବଗିରି କ୍ରାନ୍ତିକାରୀ ଆଶ୍ରମର ବାବା କ୍ରାନ୍ତି ସ୍ୱରୂପାନନ୍ଦ ଗିରି, ଅଜିତ ପାଣିଗ୍ରାହୀ, ଅଶ୍ୱିନୀ ମହାପାତ୍ର, ରାମାରାଓ କାଡ୍ରାକା, ଶିବ କାଡ୍ରାକା, ବିଶ୍ୱନାଥ ତିମାକା, କୈଳାସ ଆଚାରିଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ସ୍ଥାନୀୟ ପୁଲିସ ଓ ଯବାନ ଉପସ୍ଥିତ ରହିଥିଲେ ।