centurian jitm

ଟିଟିଲାଗଡ଼ରେ ରାମ ନବମୀ ପାଇଁ ସନ୍ଧ୍ୟାରେ ବାହାରିଲା ବିରାଟ ଶୋଭାଯାତ୍ରା

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ରାମ ନବମୀ ଅବସରରେ ରାମମୟ ହୋଇ ଉଠିଥିଲା ଟିଟିଲାଗଡ଼ ସହର । ସହର ସାରା ଚାରିଆଡ଼େ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସନ୍ଧ୍ୟାରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରରୁ ଶ୍ରୀରାମ ସେବା ସମିତି ପକ୍ଷରୁ ଏକ ବିରାଟ ରାଲି ବାହାରି ସହର ପରିକ୍ରମା କରିଥିଲା । ସେଥିରେ ପୁରୁଷଙ୍କ ସମେତ ଶହ ଶହ ମାତ୍ରାରେ ମହିଳାମାନେ ସାମିଲ ହୋଇଥିଲେ । ଏହି ଅବସରରେ ଜୟ ଶ୍ରୀ ରାମ ଗୀତରେ ନାଚି ନାଚି ସମସ୍ତେ ଖୁସି ମନାଇ ଥିଲେ । ଏହି ରାଲିରେ ବିଧାୟକ ନବୀନ ଜୈନ ମଧ୍ୟ ସାମିଲ ହୋଇଥିଲେ । ସେହିପରି ପୁରୁଣା ବ୍ୟାଙ୍କ ଛକ ଠାରେ ଏହି ରାଲି ସହ ପ୍ରଭାବତୀ ପବ୍ଲିକ ସ୍କୁଲର କୁନି କୁନି ଛାତ୍ରଛାତ୍ରୀଙ୍କୁ ଅବିକଳ ରାମ, ଲକ୍ଷ୍ମଣ ଓ ସୀତାଙ୍କ ବେଶରେ ସଜ୍ଜିତ ହୋଇ ଏକ ଗାଡ଼ିରେ ବିରାଜମାନ ହୋଇ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶ୍ରୀରାମଙ୍କ ପତାକା ଧରି ସହର ପରିକ୍ରମା କରିଥିଲେ । ଏହି ରାଲିରେ ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜଟି, ସ୍କୁଲ ଏଗ୍‌ଜିକ୍ୟୁଟିଭ ଡାଇରେକ୍ଟର ଅନିତା ସାହୁ, ମ୍ୟାନେଜମେଣ୍ଟ ସଦସ୍ୟ ଶ୍ୟାମାଦେବୀ ଅଗ୍ରୱାଲ, ଡାଇରେକ୍ଟର ଆଡମିନ ଧରିତ୍ରୀ ମହାନ୍ତି ଓ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ । ଏହି ରାଲିରେ ବିଧାୟକଙ୍କ ସହ ଛାତ୍ରଛାତ୍ରୀମାନେ ଡିଜେର ତାଳେ ତାଳେ ଝୁମି ଉଠିଥିଲେ । ଶ୍ରୀ ଶିରିଡ଼ି ସାଇ ସଂସ୍ଥାନ ପକ୍ଷରୁ ପବିତ୍ର ରାମ ନବମୀ ଅବସରରେ ଶ୍ରୀ ଶିରିଡ଼ି ସାଇବାବାଙ୍କ ପାଲିଙ୍କି ଯାତ୍ରା ସହର ପରିକ୍ରମା କରି ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା । ତିନୋଟି ରାଲି ଏକା ସଙ୍ଗେ ଆଗପଛ ହୋଇ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ସବୁ ଛକ ମାନଙ୍କରେ ପୁରୁଣା ବ୍ୟାଙ୍କ ଛକରେ, ପର୍ଶୁରାମ ସେନା, ଲାୟଂସ କ୍ଲବ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା । ରାମଙ୍କ ଗୀତରେ ସହର ସାରା ହଲଚଲ ମଚି ଯାଇଥିଲା । ଏହି ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଟିଟିଲାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଶୋଭାଯାତ୍ରା ସହ ନିଜେ ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ଥାନାଧିକାରୀ କଲ୍ୟାଣୀ ବେହେରା, ଏସ୍‌ଆଇ କିରଣ ଜାନି ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.