centurian jitm

ପହଲଗାମ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ କୋଏଲ ନଗର ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରେ ମହମବତୀ ଜଳାଇ ଆତ୍ମାର ସଦଗତି କାମନା କରାଯାଇ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିଲା ।ଜୟଶ୍ରୀ ପାଣିଗ୍ରାହୀଙ୍କ ଆବାହକତ୍ବ ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଏହି ସଭାରେ ମୃତ ବ୍ୟକ୍ତିଙ୍କ ପାଇଁ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ନାୟକ, ବିମଳ କୁମାର ବିଶି, ଜୟଶ୍ରୀ ପାଣିଗ୍ରାହୀ, ଦିଲ୍ଲିପ ମହାନ୍ତି, ପ୍ରଦୀପ ଗୁରୁୱରା, ଭଗବାନ ସାହୁ ପ୍ରମୁଖ ବକ୍ତବ୍ୟ ରଖିବା ସହ ଆତଙ୍କବାଦୀଙ୍କ ଏପରି କାପୁରୁଷ କାମକୁ ନିନ୍ଦା କରିବା ସହ ଭାରତ ସରକାରଙ୍କ କାର୍ଯ୍ୟକ୍ରମକୁ ଦୃଢ ସମର୍ଥନ ଜଣାଇ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ରଖିବା ପାଇଁ ଆହ୍ୱାନ ଦେଇଥିଲେ । ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏଭଳି ନାରକୀୟ କାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ କୋଏଲ ନଗର, ଶକ୍ତି ନଗର, ଜଗଦା, ଝିରପାଣିର ଶତାଧିକ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.