pakka

ସିଂହପୁର ପଞ୍ଚାୟତର ଦ୍ୱିତୀୟ ସରପଞ୍ଚ ଉଚ୍ଛବ ପଧାନ

bbehera

ମ.ରାମପୁର, (ହେମନ୍ତ ସାହୁ) : ଗତ ପଞ୍ଚାୟତ ନିର୍ବାଚନ ବେଳେ ମୋହନଗିରୀଠାରୁ ଅଲଗା ହୋଇ ନୂତନ ପଞ୍ଚାୟତ ଗଠିତ ହୋଇଥିଲା କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ସିଂହପୁର ଗ୍ରାମ ପଞ୍ଚାୟତ । ତେବେ ଏହି ପଞ୍ଚାୟତର ପ୍ରଥମ ସରପଞ୍ଚ ବିଦ୍ୟାଧର ପାତ୍ର ରହିଥିବା ବେଳେ ଏଥର ଦ୍ୱିତୀୟ ସରପଞ୍ଚ ଭାବରେ ବିଜୟୀ ହୋଇଛନ୍ତି ଉଚ୍ଛବ ପଧାନ । ନିଜର ସେବା ମନୋଭାବ ତଥା ଲୋକଙ୍କ ପ୍ରତି ସମର୍ପିତ କାର୍ଯ୍ୟର ପ୍ରତିଦାନ ସରପଞ୍ଚ ନିର୍ବାଚିତ ହୋଇଛନ୍ତି । ଏହି ପଞ୍ଚାୟତର ବିକାଶ ଧାରାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବା ସହିତ ଆଗକୁ କିଛି ନୂଆ କରିବାର ସଂକଳ୍ପ ରହିଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସିଂହପୁର ଗ୍ରାମ ପଞ୍ଚାୟତବାସୀଙ୍କୁ ସେ ନିଜ ଉପରେ ଆସ୍ଥା ପ୍ରକଟ କରିଥିବାରୁ ନିଜର କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

jay balangir
Leave A Reply

Your email address will not be published.

4 − three =