pakka

ଚାଇଲ୍ଡ ଫଣ୍ଡ ଇଣ୍ଡିଆ ତରଫରୁ ଓଏଲ୍‌ଏମ୍ ପ୍ରକଳ୍ପ ପରିଦର୍ଶନ

bbehera

ମ.ରାମପୁର, (ହେମନ୍ତ ସାହୁ) : ଚାଇଲ୍ଡ ଫଣ୍ଡ ଇଣ୍ଡିଆ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଓଡ଼ିଶା ଜୀବିକା ମିଶନ ପ୍ରକଳ୍ପର କିଛି କାର୍ଯ୍ୟକ୍ରମ ସଂଯୋଜକ ବିହାରୀ ରାଉତଙ୍କ ନେତୃତ୍ୱରେ ଆସି ପରିଦର୍ଶନ କରିଛନ୍ତି । କଳାହାଣ୍ଡି ଜିଳ୍ଲା ବେହେରା ଅଞ୍ଚଳରୁ ପ୍ରାୟ ୨୨ ଜଣ ମହିଳା ମ.ରାମପୁର ବ୍ଲକ ଡ଼ମ୍ବ କର୍ଲାଖୁଣ୍ଟାରେ ଓଡ଼ିଶା ଜୀବିକା ମିଶନର ସଫଳ ପ୍ରକଳ୍ପ ସବୁ ପରିଦର୍ଶନ କରିବା ସହିତ ଉଭୟ ପକ୍ଷର ମାଁ ମାନେ ନିଜ ନିଜ ମଧ୍ୟରେ ସଫଳତାର ସୂତ୍ର ତଥା ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବିପିଏମ୍ ଦୀପ୍ତି କିଶୋର ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳାନରେ ସହଯୋଗ କରିଥିଲେ । ନିଜ ନିଜ ଭିତରେ ଭାବ ବିନିମୟ ତଥା ପ୍ରକଳ୍ପ ଜରିଆରେ କିଭଳି ମାଁ ମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି, ସେ ଦିଗରେ ଅନେକ କିଛି ଜାଣିବା ଏବଂ ନିଜ ଅଞ୍ଚଳରେ ପ୍ରୟୋଗ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସଂଯୋଜକ ଶ୍ରୀ ରାଉତ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

fourteen − 12 =