pakka

ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷାରେ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତିତ୍ୱ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବାଳିକା ଉଚ୍ଚ ବିଦ୍ୟାଳୟ ଦୀର୍ଘ ବର୍ଷ ଧରି ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଭିଭାବକମାନଙ୍କ ଆପ୍ରାଣ ପ୍ରଚେଷ୍ଟା ଫଳରେ ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରୁଛନ୍ତି । ମେଧାବୀ ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଉଦେଶ୍ୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟ ସ୍ତରରେ “ଉଜ୍ୱଳ ତାରକା” ତିଆରି କରାଯାଇଛି । ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷାରେ ଦୁଇ ଜଣ ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ମହାରଣା ଏବଂ ରୋଜି ସା କୃତିତ୍ୱ ଅର୍ଜନ କରିଛନ୍ତି । ଏହି ଅବସରରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆଜି ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜାତୀୟ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଦୁଇ ଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ସହ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଛାତ୍ରୀମାନେ ଓଡିଶା ସରକାରଙ୍କ ଠାରୁ ଟଙ୍କା ଆକାରରେ ଛାତ୍ର ବୃତ୍ତି ପାଇବେ । ବୟୋଜେଷ୍ଠ ଶିକ୍ଷୟତ୍ରୀ ଅନିମା ରାଉତ ସଭାର ଉଦ୍ଦେଶ୍ୟ ଜ୍ଞପନ କରିଥିଲେ । ଶିକ୍ଷୟତ୍ରୀ ସଂଗୀତା ସାହୁ ଓ ରଂଜିତା ସାହା ଉଦ୍‌ବୋଧନ ସଂଗୀତ ଗାନ କରିଥିଲେ । ଉଷା ଦାଶ, ଅନିତା ପାଣିଗ୍ରାହୀ, ନମିତା ସାହୁ, ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ସେବକ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

five × three =