ଶପଥ ନେଲେ ୨ ନବ ନିର୍ବାଚିତ ବିଧାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବାଲେଶ୍ୱର ସଦରର ନବ ନିର୍ବାଚିତ ବିଧାୟକ ସ୍ୱରୂପ ଦାସ ଓ ତିର୍ତ୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ବିଧାୟକ ଭାବେ ଶପଥ ଗ୍ରହଣ କରିଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ କାର୍ୟ୍ୟାକାୟରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଉଭୟଙ୍କୁ ଶପଥ ଗ୍ରହଣ କରାଇଥିବା ବେଳେ ଏହି ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ଉପସ୍ଥିତ ରହିଥିଲେ । ଉଭୟ ବିଧାୟକ ଆସନ୍ତା ଶୀତକାଳୀନ ଅଧିବେଶନରେ ଭାଗ ନେବେ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.