ସାମ୍ବାଦିକ କହି ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ୨ ଗିରଫ୍‌

ସମ୍ବଲପୁର, (ଦାମୋଦର ପଣ୍ଡା) : ସାମ୍ବାଦିକ କହି ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ୨ ଜଣ ଗିରଫ୍‌ ହୋଇଥିବା ବେଳେ ଏହି ଘଟଣା ଏବେ ସାରା ସହରରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ବୁର୍ଲା ପୋଲିସ ଷ୍ଟେସନରେ ସିଆର୍‌ପିସି ୟୁ/ଏସ ୪୧(ଏ) ଧାରାରେ ମାମଲା ରୁଜୁ କରି ବୀରେନ୍ଦ୍ର ବାଗର୍ତିଙ୍କୁ ନୋଟିସ ହୋଇଥିବା ବେଳେ ବୀରେନ୍ଦ୍ର ତାଙ୍କ ମା’ଙ୍କ ସହିତ ବୁର୍ଲା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ତେବେ ମା’ପୁଅ ପୋଲିସ ଷ୍ଟେସନରୁ ବାହାରିବା ପରେ ତାଙ୍କୁ ଆନନ୍ଦ ଷଣ୍ଢ ଓ ଫିଲିପ କୁମାର ନାମକ ଦୁଇ ଜଣ ଯୁବକ ଅଟକାଇ ନିଜକୁ ସାମ୍ବାଦିକ ବୋଲି କହି ୫୦ ହଜାର ଟ‌ଙ୍କା ମାଗିଥିଲେ । ସେମାନେ ବୀରେନ୍ଦ୍ରଙ୍କ ନାମରେ ରୁଜୁ ହୋଇଥିବା ମାମଲା ବିଷୟରେ କହି ସେ ଦୁହେଁ ସାମ୍ବାଦିକ ଅଛନ୍ତି ଏବଂ ତାଙ୍କର ବହୁ ବରିଷ୍ଠ ପୁଲିସ ଅଧିକାରୀ ଓ ବିଚାରପତିମାନଙ୍କ ସହ ଭଲ ସମ୍ପର୍କ ଅଛି ବୋଲି ବୀରେନ୍ଦ୍ରଙ୍କୁ ଫୁସୁଲେଇବାକୁ ଚେ‌ଷ୍ଟା କରିଥିଲେ । ଯଦି ବୀରେନ୍ଦ୍ର ୫୦ ହଜାର ଟଙ୍କା ଦିଅନ୍ତି ତେବେ ତାଙ୍କ ନାମରେ ୟୁ/ଏସ ୪୧(ଏ) ଧାରାରେ ରୁଜୁ ହୋଇଥିବା ମାମଲାର ସମାଧାନ କରି ଦେବେ ବୋଲି ବି କହିଥିଲେ ।
ବୀରେନ୍ଦ୍ର ଏ ସମ୍ପର୍କରେ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଗତକାଲି ରାତିରେ ଆନନ୍ଦ ଷଣ୍ଢ ଓ ଫିଲିପ କୁମାରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗିରଫ ସମୟରେ ଦୁହିଁଙ୍କ ଠାରୁ ଦୁଇଟି ନକଲି ସାମ୍ବାଦିକ ଆଇକାର୍ଡ ଜବତ ହୋଇଥିବା ସୂଚନାରୁ ଜଣାପଡ଼ିଛି ।

Leave A Reply

Your email address will not be published.