jayashree

ପଦ୍ମପୁରରେ କଳଙ୍ଗା ସମାଜର ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାରମ୍ପରିକ ରୀତିନୀତି ଓ ସାମାଜିକ ଏକତାର ବାର୍ତ୍ତା ନେଇ ପଦ୍ମପୁର ଅଞ୍ଚଳ କଳଙ୍ଗା ସମାଜର ନୂଆଁଖାଇ ଭେଟଘାଟ ପାଇକମାଲ ବ୍ଲକ ଛେତଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପରସଖଣ୍ଡି ଗ୍ରାମର ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ହୀରାଧର ବିହାରଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ଜଗଦୀଶ କଲାରୀ ପରିଚାଳନା କରିଥିଲେ । ଭେଟଘାଟରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହାଙ୍କ ସମେତ ସରୋଜ ସାମଲ, ଗିରିଧାରୀ ସର୍ଜାଳ, ଜୟପତି ସଗର, ଜୟରାମ ଧଉଁରିଆ, ଚକ୍ରଧର ସଗର, ଚକ୍ର କପାଟ, ଗଙ୍ଗାଧର ସଗର, ସୋପାଳ କଲାରୀ, ଅରକ୍ଷିତ ନାଗ, ଦିବାକର ଦଣ୍ଡସେନା, ଜଗଜୀବନ ସିଂ ଗିର୍ଣ୍ଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳର ସଭାପତି ଓ ସମ୍ପାଦକଙ୍କ ସମେତ ପଦ୍ମପୁର ଅଞ୍ଚଳ କଳଙ୍ଗା ସମାଜର ୧୦ଟି ମଣ୍ଡଳର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଯୋଗଦେଇଥିଲେ । ନୂଆଁଖାଇ ଭେଟଘାଟ ମାଧ୍ୟମରେ ସାମାଜିକ ଏକତା, ଭାଇଚାରା ଓ ପରମ୍ପରାକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଉପସ୍ଥିତ ଅତିଥି ଓ ସମାଜର ସଦସ୍ୟମାନେ ଏହାର ଆନନ୍ଦ ଉପଭୋଗ କରିଥିଲେ ।

Leave A Reply

Your email address will not be published.