csstore

ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ : ସରକାରୀ ସହାୟତା ପ୍ରଦାନ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁର ଜଣେ ଯୁବକଙ୍କୁ ଏକ ବିଷାକ୍ତ ସାପ କାମୁଡି ଥିବାକୁ ତାଙ୍କର ମୃତ୍ୟୁ ହୋଇଥିବା ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ଉପରଝର୍ ଗାଁର ଗୋବିନ୍ଦ ଭୋଇ(୨୨) ଖାଇ ସାରି ତାଙ୍କ ଦାଦା ସ୍ଵର୍ଗତ ଚୈତନ୍ୟ ଭୋଇଙ୍କ ଘରେ ସୋଇଥିଲେ। ରାତି ପ୍ରାୟ ୧ଟା ସମୟରେ ତାଙ୍କର ବାମ ହାତରେ କୌଣସି ଏକ ବିଷାକ୍ତ ସାପ କାମୁଡି ଦେଇଥିବା ଅନୁଭବ କରିବା ପରେ ତାଙ୍କ ଭାଉଜ ସୁଗନ୍ଧା ଭୋଇଙ୍କୁ ଦେଖାଇଥିଲେ । ଏହାପରେ ସେ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ଏକ ଗାଡ଼ି ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ନେଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ସାପ କାମୁଡାରେ ତାଙ୍କ ମୃତ୍ୟୁ ହୋଇଥିବାରୁ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.