csstore

ସାପ କାମୁଡ଼ାରେ ବୃଦ୍ଧଙ୍କ ମୃତ୍ୟୁ

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଗ୍ରାମପଞ୍ଚାୟତ ଅଧୀନସ୍ଥ ରଘୁଚକ ଗ୍ରାମର ସୁରେଶ ପ୍ରମାଣିକ(୬୫)ଙ୍କ ସାର୍ପାଘାତରେ ଅକାଳ ମୃତ୍ୟୁ ଘଟିଛି । ରାସ୍ତାରେ ଯାଉଥିବା ସମୟରେ ତାଙ୍କୁ ଏକ ଅଜଣା ବିଷଧର ସାପ କାମୁଡ଼ିଥିଲା । ପରିବାର ଲୋକ ସଙ୍ଗେ ସଙ୍ଗେ ସୁରେଶଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସିତ ହୋଇ ଘରକୁ ଫେରୁଥିବା ସମୟରେ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା, ନାଚିନ୍ଦା ଗ୍ରାମପଞ୍ଚାୟତ ସରପଞ୍ଚ ଶତାବ୍ଦୀ ଚ‌ନ୍ଦ, ପାକ୍ତନ ସରପଞ୍ଚ ପ୍ରଶାନ୍ତ ପାତ୍ର, ଶ୍ରୀହରି ଚରଣ ପାତ୍ର, ସମାଜସେବୀ କୁମୁଦ ଜେନା, ସତ୍ୟବାନ ଜେନା, ଗଜାନନ ମହାପାତ୍ର, ଚନ୍ଦନ କୁମାର ପାତ୍ର, ନିଆସ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଦିଲ୍ଲୀପ, କାଳିଚରଣ ଏବଂ ସଂପର୍କୀୟ ଭାଇ ଗୌରାଙ୍ଗ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.