pakka

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

bbehera

ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ବ୍ଲକ ମହକୁମାସ୍ଥିତ ସରକାରୀ ନୂତନ ପାନାବେଡା ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲା-କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହାପରେ ପ୍ରଧାନ ଶିକ୍ଷକ ଶରତ ମାଝୀଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଶକ୍ତି ସଂରକ୍ଷଣ ଉପରେ ଏକ ସଭାର ଆୟୋଜନ କରାଯାଇ କିଭଳି ଭାବେ ଶକ୍ତି ସଂରକ୍ଷଣ କରାଯାଇ ପାରିବ ଏନେଇ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହାପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ସାଧାରଣଜ୍ଞାନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା । ଏଥିରେ ଶିକ୍ଷକ ଦୈତାରୀ ସାହୁ, ମୋହନସୁନ୍ଦର ଭୋଇ, ଦେବବ୍ରତ ବିଶ୍ୱାସ, ଘନଶ୍ୟାମ ସାହୁ, ଇନ୍ଦ୍ର ନାୟକ, ଅଶୋକ କୁମାର ସାହୁ, ଦିଲିପ ପାଣ୍ଡେ, ବିଭିଦେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, କୃପାବିଭଗ ଭୋଇ, ରୋହିତ ଭୋଇ, ଚିନ୍ମୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

17 − seven =