pakka

୨୦୨୩ ବିଶ୍ୱ ହକି ମହାକୁମ୍ଭକୁ ଜନାଦୃତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ ବିଶ୍ୱ ହକି ମହାକୁମ୍ଭ ଓଡିଶାର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପ ନଗରୀ ରାଉରକେଲା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ । ଆମ ରାଜ୍ୟ ଓଡିଶା ୨୦୨୩ ବିଶ୍ୱ ହକି ମହାକୁମ୍ଭକୁ ଆୟୋଜନ କରୁଥିବାରୁ ଆମେ ସମସ୍ତେ ଜିଲ୍ଲାବାସୀ ନିଶ୍ଚିତ ଭାବେ ଗର୍ବିତ । ପୁନଶ୍ଚ ରାଜ୍ୟର ଗର୍ବ ଓ ଗୌରବକୁ ପରିପୃଷ୍ଟ କରିବା ନିମନ୍ତେ ସମସ୍ତ ପୂର ପଲ୍ଲୀ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବ୍ୟାପକ ଓ ଜନାଦୃତ କରିବା ପାଇଁ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ । ହକି ବିଶ୍ୱ କପ ଅବ୍ୟାବାହିତ ପୂର୍ବରୁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ସର୍ବସାଧାରଣ ଯେପରି ହକି ବିଶ୍ୱ କପର ମହନୀୟତାକୁ ହୃଦବୋଧ କରି ବିଶ୍ୱ ହକି ମହାକୁମ୍ଭରେ ଆନ୍ତରିକ ସାମିଲ ହେବେ ସେଥିପ୍ରତି ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲାର ସବୁ ବର୍ଗର ଲୋକଙ୍କୁ ନେଇ ହକି ଖେଳ ସମ୍ୱନ୍ଧୀୟ ବିଶେଷ ତଥା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୁଡିକ ଆୟୋଜନ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ଯଦ୍ୱାରା ଚଳିତ ହକି ବିଶ୍ୱକପର ଉଚ୍ଛ୍ୱାସରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାର ସୁଯୋଗ ନେଇପାରିବେ । ଜିଲ୍ଲାପାଳ ଶ୍ରୀମତୀ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଅଦ୍ୟ ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

19 + 10 =