pakka

ମହରାପଦର୍ ଗାଁ ନିକଟରୁ କୁଟୁରା ଛୁଆ ଉଦ୍ଧାର କଲା ବନବିଭାଗ

bbehera

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମହରାପଦର୍ ଗାଁ ନିକଟରୁ ବନବିଭାଗ ଏକ କୁଟୁରା ଛୁଆ ବୁଧବାର ଉଦ୍ଧାର କରିଛି । ସୂଚନା ଅନୁସାରେ ମହରାପଦର ଗାଁ ନିକଟରେ ଗ୍ରାମବାସୀମାନେ ଏକ କୁଟୁରା ଛୁଆ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ହରିଶଙ୍କର ବନପାଳ ସନ୍ଧ୍ୟା ରାଣୀ ସେଠଙ୍କ ନେତୃତ୍ୱରେ ଏକ ବନବିଭାଗ ଦଳ ପହଞ୍ଚି କୁଟୁରା ଛୁଆକୁ ଉଦ୍ଧାର କରି ହରିଶଙ୍କର ହରିଣ ପାର୍କକୁ ନେଇଥିଲେ । ସେଠାରେ କୁଟୁରା ଛୁଆର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ତାର ସ୍ୱାସ୍ଥ୍ୟ ଠିକ୍ ଥିବା ବ୍ଲକ୍ ସହ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥୀ କହିଛନ୍ତି । ଉଦ୍ଧାର କୁଟୁରା ଛୁଆଟି ୩ରୁ ୪ ମାସ ବୟସର ହୋଇଥିବା ବନପାଳ ସେଠ୍ କହିଛନ୍ତି । ଉଦ୍ଧାର ସମୟରେ ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା, ବନ ରକ୍ଷୀ ମହେନ୍ଦ୍ର କାଲସାଏ, ମିଥୁନ ମିର୍ଦ୍ଧା ସମେତ ବନ୍ୟ ପ୍ରାଣୀ ସୁରକ୍ଷା କର୍ମୀ, ମହରାପଦର ଗ୍ରାମବାସୀ ଉପସ୍ଥିତ ଥିଲେ । କୁଟୁରା ଛୁଆଟି ଗନ୍ଧମାର୍ଦ୍ଦନ ପାହାଡ଼ରୁ ଆସିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.

sixteen + 2 =