pakka

ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀର ରେକି କାର୍ଯ୍ୟକ୍ରମ ସମ୍ପନ୍ନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ମାନସିକ ଶାନ୍ତି ଓ ସୁସ୍ଥ ଜୀବନ ପାଇଁ ଗଠିତ ହୋଇଥିବା ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀ ସମୁହ ଚେତନା ସଶକ୍ତିକରଣ ଆରୋଗ୍ୟ ଶକ୍ତିପାତ କାର୍ଯ୍ୟକ୍ରମ ସ୍ଥାନୀୟ ଭଞ୍ଜଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରମୁଖ ରେକି ମାଷ୍ଟର ବିଜୟ କୁମାର ଦାସ, ମମତା ମହାନ୍ତିଙ୍କ ଆବାହକତ୍ଵ ତଥା ସୌମ୍ୟା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ରେକି ଗ୍ରାଣ୍ଡମାଷ୍ଟର ଡକ୍ଟର ରାଜୀବ ଲୋଚନ ପଣ୍ଡା ମୁଖ୍ୟ ଅତିଥି ଓ ଡାକ୍ତର ବିଶ୍ୱଜିତ ମହାପାତ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ. ପଣ୍ଡା କହିଲେ ଯେ ଆମ ଜୀବନରେ ଥିବା ସମସ୍ତ ନକରାତ୍ମକ ବିଚାର, ସ୍ୱାସ୍ଥ୍ୟ, ଆର୍ଥିକ, ମାନସିକ, ଆଧ୍ୟାତ୍ମିକ ଓ ସମ୍ପର୍କକୁ ନେଇ ରେକି ସକରାତ୍ମକ ଭାବନା ପ୍ରସ୍ତୁତ କରାଏ । ଏହାସହ ଶରୀରରେ ଥିବା ବିଭିନ୍ନ ପ୍ରକାରର ରୋଗ ଯଥା ବାତ, ପିତ୍ତ, କଫ ପ୍ରଭୃତି ବାହାର କରିବାରେ ସହାୟକ ହେବା ସହ ଆମ ଶରୀର ଓ ମାନସିକ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ । ସ୍ୱତନ୍ତ୍ର ଅତିଥି ଡ଼ା. ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ରୋଗ ହେଉଛି ବାହାର ଲୋକ, ଆମେ ତାକୁ ପ୍ରଶୟ ଦେଉ । ଏହାକୁ ବନ୍ଦ କରିପାରିଲେ ରୋଗ ହେବ ନାହିଁ । ସ୍ୱୟଂ ସେବା ସର୍ବୋଚ୍ଚ ସେବା । ସ୍ୱାସ୍ଥ୍ୟ ରକ୍ଷା ପାଇଁ ଶିଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସହରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ଦେବାଶିଷ ପଟ୍ଟନାୟକ, କଳ୍ପନା ମହନ୍ତ, ରାମକୃଷ୍ଣ ପ୍ରଧାନ, କୁଞ୍ଜବିହାରୀ ରାଉତ, ଅଙ୍ଗୁରବାଳା ପରିଡ଼ା, ଆରତୀ ଚୌଧୁରୀ, ମୋନାଲିସା ରାଉତ ପ୍ରମୁଖଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ମୀନାକ୍ଷୀ ପାଢ଼ୀ, ଅତସୀ ରାଜଗୁରୁ, ସରସ୍ଵତୀ ଦାସ, କ୍ରିପା ଜୈନ, ମହେଶ ଅଗ୍ରୱାଲ, ରୀତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆବାହକ ବିଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fifteen + fourteen =