pakka

ଶୂଲିଆ ପୀଠ ଖଇରଗୁଡାରେ ବିରାଟ ବିଜେପି ସମ୍ମିଳନୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୂଲିଆ ପୀଠ ଖଇରଗୁଡାରେ ବିରାଟ ବିଜେପି ସମ୍ମିଳନୀ । ବଲାଙ୍ଗିର ବିଧାନସଭା ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁଡା ଗ୍ରାମରେ ବିଜେପି ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଶହ ଶହ ସଂଖ୍ୟାରେ କଂଗ୍ରେସ ଦଳରୁ ଓ ବିଜେଡି ଦଳରୁ କର୍ମକର୍ତ୍ତାମାନେ ଆସି ବିଜେପି ପାର୍ଟିରେ ସାମିଲ୍‌ ହୋଇଥିଲେ । ଏହି ସମ୍ମିଳନୀରେ ବଲାଙ୍ଗିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଓ ବଲାଙ୍ଗିର ବିଧାନସଭା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ ସହ ବିଜେପି ନେତାମାନେ ମଧ୍ୟ ଉପସ୍ଥିତ ରହି ଏହି ମିଶ୍ରଣ ପର୍ବରେ ବିଜେପିରେ ନୂତନ ଭାବେ ସାମିଲ୍‌ ହୋଇଥିବା ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିର୍ବାଚନକୁ ଆଖି ଆଗରେ ରଖି ଆଗାମୀ ଦିନର ବିଜେପିର ରଣନୀତି ସଂପର୍କରେ ଏଠାରେ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

4 × three =