pakka

ରୋଗୀ ନେଇ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ

bbehera

ଘୁ. ଉଦୟଗିରି : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗରୁ ବ୍ରହ୍ମପୁର ବଡ଼ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଉଥିବା ବେଳେ କଳିଙ୍ଗା ଶଙ୍ଖସାହି (ଜବେଡି) ନିକଟରେ ଭାରସାମ୍ୟ ହରେଇ ଏକ କାର (ଓଡି୦୨ ବିଟି ୨୩୮୭) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖୁବାକୁ ମିଳିଥିଲା । ଦୁର୍ଘଟଣା ଫଳରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସୌଭାଗ୍ୟବଶତଃ କାରରେ ବସିଥିବା ରୋଗୀ ଓ ସେମାନଙ୍କର ସଂପର୍କୀୟମାନେ ସୁରକ୍ଷିତ ଥିବା ଜଣା ପଡ଼ିଛି । କାର୍‌ରେ ଚାଳକ, ଜଣେ ବୟସ୍କା ବୃଦ୍ଧା, ଗାଡ଼ି ମାଲିକ ଏବଂ ନାତୁଣୀ ବସିଥିଲେ । ସେମାନଙ୍କୁ ଏକ ବୋଲେରୋ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । କାରରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଏବଂ କାହାରିକୁ ବିଶେଷ ଆଘାତ ହୋଇନଥିବା ଗାଡ଼ି ମାଲିକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

one + six =