pakka

ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ଭାବରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହେଲା ବୌଦ୍ଧ ଜିଲ୍ଲା

bbehera

ବୌଦ୍ଧ, (ବଂଶୀଧର ମାଝୀ) : ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ଭାବରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହୋଇଛି ବୌଦ୍ଧ ଜିଲ୍ଲା । କରୋନା ସମୟରେ ବୌଦ୍ଧ ଜିଲ୍ଲାର ସ୍କାଉଟ ଗାଇଡ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଥିଲା । ସେହି ସମୟରେ ଜିଲ୍ଲା ସ୍କାଉଟ ଗାଇଡ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ୟାମ୍ପୋରୀ ଆୟୋଜନ କରାଯାଇଥିବାରୁ ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ୨୦୨୧ ସମ୍ମାନ ବୌଦ୍ଧ ଜିଲ୍ଲା ସ୍କାଉଟ ଗାଇଡକୁ ପ୍ରଦାନ କରାଯାଇଛି । ଜିଲ୍ଲା ସ୍କାଉଟ ଗାଇଡ କମିଶନର ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝି ମହାମହିମ ରାଜ୍ୟପାଳ ଗଣେଶୀଲାଲଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ଗତ ୧୮ ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମ୍ମାନ ସମାରୋହ ଅବସରେ ଅନ୍ୟତମ ଅତିଥି ଭାବରେ ଭାରତ ସ୍କାଉଟ ଗାଇଡର ରାଜ୍ୟ ସଭାପତି ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ଜେନା, ମହିଳା କମିଶନର ମିନତି ବେହେରା, ଜଷ୍ଟିସ ରଞ୍ଜନ ମହାନ୍ତି ଓ ବରିଷ୍ଠ ପ୍ରଶାସକ ଶାଶ୍ୱତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ସହିତ ରାଜ୍ୟର ୬ଟି ଜିଲାକୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ଶାରୀରିକ ନିରୀକ୍ଷକ ତଥା ଜିଲ୍ଲା ସ୍କାଉଟ ଗାଇଡ ସମ୍ପାଦକ ଆନନ୍ଦ କୁମାର ବେହେରା ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

14 − ten =

error: Content is protected !!