ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ସମାଜସେବୀ ତଥା ସଂଗଠକ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଭୁବନେଶ୍ୱର ଠାରେ ଉତ୍କଳ ଭାରତୀ ଶିଳାପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱରର ଉତ୍କଳ ଭାରତୀ ବିଦୁଷ ସଭାର ଷଷ୍ଠତମ ବାର୍ଷିକ ଉତ୍ସବରେ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ସଭାପତି ଜ୍ୟୋତିର୍ମୟ ଦାସ ଓ ପ୍ରତିଷ୍ଠାତା ସମ୍ପାଦକ କଣ୍ଡୁରୀ ଚରଣ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦଘାଟକ, ପ୍ରାକ୍ତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେଇ ରାଜେନ୍ଦ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନ ମିଳିବା ପରେ ଇସ୍ପାତ ନଗରୀ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
