pakka

ଆଜି ରାଷ୍ଟ୍ରୀୟ ସମ୍ବିଧାନ ଦିବସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଷ୍ଟ୍ରୀୟ ସମ୍ବିଧାନ ଦିବସ । ପ୍ରତିବର୍ଷ ନଭେମ୍ବର ମାସ ୨୬ ତାରିଖକୁ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ଏଠାରେ ସୂଚନାଯୋଗ୍ୟ ଯେ, ଡ. ଭୀମରାଓ ଆମ୍ବେଦକର ସମ୍ବିଧାନ ସଭାର ଅଧ୍ୟକ୍ଷ ଥିଲେ । ତାଙ୍କ ଦ୍ୱାରା ଲିଖିତ ସମ୍ବିଧାନକୁ ସମ୍ବିଧାନ ସଭା ଦ୍ୱାରା ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ପ୍ରଣୟନ କରାଯାଇଥିଲା । ତେଣୁ ଏହି ଦିବସକୁ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ଏହି ସମ୍ବିଧାନ ପ୍ରଣୟନ ହେବାର ୧ ବର୍ଷ ପରେ ଅର୍ଥାତ୍‌ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ତେଣୁ କରି ଜାନୁଆରୀ ମାସ ୨୬ ତାରିଖକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ଭାରତର ସମ୍ବିଧାନ ବିଶ୍ୱର ସର୍ବବୃହତ୍ତମ ଲିଖିତ ସମ୍ବିଧାନ ଅଟେ । ଭାରତର ସମ୍ବିଧାନ ଭାରତର ସ୍ୱଚ୍ଛ ବିଧାନ ଅଟେ । ଆମ ସମ୍ବିଧାନରେ ଏହା ଏକ ମୁଖ୍ୟ ବିଷୟ ବସ୍ତୁ ଅଛି ଯେ, ଏଥିରେ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ବିସ୍ତାରିତ ଭାବେ ବର୍ଣ୍ଣନା କରାଯାଇଛି । ନାଗରିକ ଜୀବନରେ ଏହି ୨ଟି ଜିନିଷ ଅର୍ଥାତ ଅଧିକାର ଏବଂ କର୍ତ୍ତବ୍ୟର ତାଳମେଳ ଦେଶକୁ ସମୃଦ୍ଧି ଆଡକୁ ନେଇଥାଏ ।

Leave A Reply

Your email address will not be published.

6 − four =