ଇସ୍ରୋ ଦ୍ୱାରା ଆଜି ଲଞ୍ଚ ହେବ ପିଏସ୍‌ଏଲ୍‌ଭି-ସି୫୪ ରକେଟ୍

ଚେନ୍ନାଇ : ଆଜି ଇସ୍ରୋ ଲଞ୍ଚ କରିବ ପିଏସ୍‌ଏଲ୍‌ଭି-ସି୫୪ ରକେଟ୍ । ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନ ସ୍ପେସ ସେଣ୍ଟରରୁ ଲଞ୍ଚ୍ ହେବ । ଓସିଏନସାଟ୍-୩ ଓ ୮ ନାନୋ ସାଟେଲାଇଟ୍ ଏହି ରକେଟରେ ଉତ୍‌କ୍ଷେପଣ ହେବ । ସାଢେ୧୦ଟାରୁ ଆରମ୍ଭ ହେବ ଉତ୍‌କ୍ଷେପଣ ପ୍ରକ୍ରିୟା ।

ନାନୋ ସାଟେଲାଇଟ୍ ମଧ୍ୟରୁ ଗୋଟିଏ ଭୁଟାନର ବୋଲି ସୂଚନା ରହିଛି ।୧୧ଟା୫୬ ମିନିଟରେ ଲଞ୍ଚ୍ ହେବାର କାର୍ଯ୍ୟକ୍ରମ ରହିଛି । ଇସ୍ରୋ ଅଧିକାରୀଙ୍କ ସୂଚନା ମୁତାବକ ଇଓଏସ୍-୦୬ (ଓସିଏନସାଟ୍-୩) ସହ ଭୁଟାନସାଟ୍, ପିକ୍ସେଲର ଆନନ୍ଦ, ଧ୍ରୁବ ସ୍ପେସରୁ ୨ଟି ଥାଇବୋଲ୍ଟ ଓ ଆମେରିକାରୁ ୪ଟି ଆଷ୍ଟ୍ରୋକାଷ୍ଟ ସାଟେଲାଇଟ୍ସକୁ ଧରି ପିଏସ୍‌ଏଲ୍‌ଭି-ସି୫୪ ମହାକାଶକୁ ଉତ୍‌କ୍ଷେପଣ କରାଯିବ ।

Leave A Reply

Your email address will not be published.

one + 16 =