om academy

ନୀଳଗିରି ଟ୍ରକ ମାଲିକ ସଙ୍ଘର ନିର୍ବାଚନ : ଶିଶିର ରାଉତ ହେଲେ ସଭାପତି

jsm

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଟ୍ରକ ମାଲିକ ସଙ୍ଘର ନିର୍ବାଚନ ପ୍ରକ୍ରିୟା ଗତକାଲି ଶେଷ ହୋଇଛି । ସଂଘର ସଭାପତି ଭାବେ ଶିଶିର କୁମାର ରାଉତ ଓରଫ ବାବୁଲି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଅନ୍ୟ କୌଣସି ପ୍ରତିନ୍ଦ୍ୱନ୍ଦୀ ପ୍ରାର୍ଥୀ ପତ୍ର ଦାଖଲ ନକରିବାରୁ ସମସ୍ତ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସମସ୍ତେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଏନେଇ ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ସଭାପତି ଭାବେ ଶିଶିର କୁମାର ରାଉତ, ଉପସଭାପତି ଭାବେ ନିହାର ରଞ୍ଜନ ମହାପାତ୍ର ଓ ସମ୍ପାଦକ ଭାବେ ମାନସ ରଞ୍ଜନ ବାରିକ, ସହସମ୍ପାଦକ ଅଶୋକ କୁମାର ଦାସ ସମେତ ଓ ଅନ୍ୟ ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.