oom

ସମ୍ବଲପୁରୀ ହପ୍ତା ଉଦ୍‌ଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡସିବାଞ୍ଜି ଗାଁରେ ସମ୍ବଲପୁରୀ ଭାଷା ଏକାଡ଼େମୀ ବରଗଡ଼ ଜିଲ୍ଲା ଶାଖା ଏବଂ ସିର୍‌ଜିନା ସାହିତ୍ୟ ଆର୍‌ ସାଂସ୍କୃତିକ୍ ଅନୁଷ୍ଠାନ, ପଦ୍ମପୁର ଦ୍ୱାରା ଆୟୋଜିତ ସମ୍ବଲପୁରୀ ହପ୍ତା ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଗାଁ କମିଟିର ସଭାପତି କେଶବ ସାହାଙ୍କ ସଭାପତିତ୍ୱରେ ବରଗଡ଼ ଜିଲ୍ଲା ଶାଖା ସଂଯୋଜକ ପୌଲସ୍ତ୍ୟ ସାହାଙ୍କ ସଂଯୋଜନାରେ ଏଥିରେ ସମ୍ବଲପୁରୀ ଭାଷା ଏକାଡେମୀର ଅଧ୍ୟକ୍ଷ ହେମକାନ୍ତ ସାହୁ ମୁଖ୍ୟ ଅତିଥି, ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ମହାନ୍ତି ମୁଖ୍ୟବକ୍ତା, ଯୁବକବି ଜୀବନ୍ତ ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭା ପରିଚାଳନା କରିଥିଲେ ଏକାଡ଼େମୀର ପ୍ରତିଷ୍ଠାତା ସଦସ୍ୟ ପୌଲସ୍ତ୍ୟ ସାହା । ଏହି ଦିବସରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଶ୍ରାଦ୍ଧ ଦିବସ ଥିବାରୁ ତାଙ୍କ ମହାପ୍ରୟାଣ ତିଥିକୁ ମନେ ପକାଇବା ସହ ଏକ ସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ମା’ ସମଲାଇ ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଠାରେ ପୂଜା କରାଯାଇଥିଲା । ଅତିଥି ପରିଚୟ ପ୍ରଦାନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ହେମକାନ୍ତ ସାହୁ ଆମର ମାତୃଭାଷା ସମ୍ବଲପୁରୀକୁ ସମଲପୁରି ଲିପିରେ ଲେଖିବା ଆରମ୍ଭ କରିବାକୁ ଆହ୍ୱାନ ଦେଇଥିଲେ । ଯଦ୍ୱାରା ଆମର ମାତୃଭାଷା ସୁରକ୍ଷିତ ହେବା ସହ ସମୃଦ୍ଧ ହେବ ଓ ଆମର ଜ୍ଞାନାର୍ଜନର ମାର୍ଗ ସହଜ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସମ୍ବଲପୁରୀ ଭାଷା ପ୍ରତି ଥିବା ଅବଦାନ ବିଷୟରେ ସବିସ୍ତାର ବୁଝାଇଥିଲେ । ମୁଖ୍ୟବକ୍ତା ଶ୍ରୀ ମହାନ୍ତି ସମ୍ବଲପୁରୀ ଲିପି ଆମେ ସମସ୍ତେ ଶିକ୍ଷା କରିବା ଉଚିତ୍‌, କାରଣ ଆଗମୀ ଦିନରେ ଏହି ଲିପି ହିଁ ଶିକ୍ଷାର ମାଧ୍ୟମ ହେବ ବୋଲି ମତବ୍ୟକ୍ତ କରିଥିଲେ । ଗୁରୁଜୀଙ୍କ ଲିଖିତ କବିତାଗୁଡ଼କ ପିଲାମାନେ ଆବୃତି କରିଥିଲେ । ପିଲାମାନଙ୍କୁ ନେଇ ନୃତ୍ୟ, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା । ଲିପି ଶିକ୍ଷା ଗ୍ରହଣ କରିଥିବା ପିଲାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନସିବ ଗୁର୍ଲା, ଅନନ୍ତ ବନଛୋର୍‌, ଲୋକେଶ ରଣା, ରାହୁଲ ମୁଟକିଆ, ଆକାଶ ପାଣ୍ଡେ, ବିଜୟ ପାଣ୍ଡେ ଓ ସୁନିଲ ମୁଟକିଆ ପ୍ରମୁଖଙ୍କ ସହ ବହୁସଂଖ୍ୟାରେ ଯୋଗଦାନ କରିଥିଲେ । ଶେଷରେ ପୌଲସ୍ତ୍ୟ ସାହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.