pakka

ଏଲିମେଣ୍ଟାରୀ ଶିକ୍ଷକ ସଙ୍ଘ ତରଫରୁ ନୂତନ ବର୍ଷ- ୨୦୨୩ କ୍ୟାଲେଣ୍ଡରର ଉନ୍ମୋଚନ ତଥା ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏଲିମେଣ୍ଟାରୀ ଶିକ୍ଷକ ସଙ୍ଘ ତରଫରୁ ୨୦୨୩ ବର୍ଷର ନୂତନ କ୍ୟାଲେଣ୍ଡର ତଥା ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର, ସମାଜ ଲୋକ ସେବା ମଣ୍ଡଳର ରାଜ୍ୟ ସଂଯୋଜକ ରାଜେନ୍ଦ୍ର ଜେନା, ପୂର୍ବତନ ବିଇଓ ତ୍ରିଲୋଚନ ତ୍ରିପାଠୀ, କୁକୁଡ଼ାଖଣ୍ଡି ବିଇଓ ନୃସିଂହ ଚରଣ ମିଶ୍ର, ଓଷ୍ଟା ଜିଲ୍ଲା ସମ୍ପାଦକ ବିଜୟ କୁମାର ବେହେରା, ପ୍ରଧାନ ଶିକ୍ଷକ ଡ଼. ଶଙ୍କର ନାରାୟଣ ବେଜ, ଓଷ୍ଟା ଉପସଭାପତି ଭିକାରି ଚରଣ ବେହେରା, ସାମ୍ବାଦିକ ସରୋଜ ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସଂଘ ଆବାହକ ପଞ୍ଚାନନ ତ୍ରିପାଠୀ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସଂଘର ଲକ୍ଷ୍ୟ ଓ ଶୈକ୍ଷିକ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ନୂତନ ବର୍ଷର ସଂକଳ୍ପ ବିଷୟରେ କହିଥିଲେ, ମୁଖ୍ୟ ଅତିଥି ଶ୍ରୀ ଜେନା ସମାଜର ଅବହେଳିତ ବର୍ଗର ସେବାରେ ସମାଜ ଅନୁଷ୍ଠାନର ସେବା ମନୋଭାବର ବିଭିନ୍ନ ଉଦାହରଣ ଦେଇ ଏହା ଏକ ଗଣ ଅନୁଷ୍ଠାନ ବୋଲି କହିଥିଲେ ଓ ସଂଘର ଶୈକ୍ଷିକ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ଛତ୍ରପୁର ବିଇଓ ଶ୍ରୀ ପାତ୍ର ସଙ୍ଘର ଶୈକ୍ଷିକ ସଂକଳ୍ପକୁ ନିଷ୍ଠାର ସହ କରିବାକୁ ଓ ନବବର୍ଷ ପାଇଁ ଉପସ୍ଥିତ ସମସ୍ତଙ୍କର ଶୁଭକାମନା କରିଥିଲେ । ବିଜୟ ଚନ୍ଦ୍ର ବେହେରା ସଂଘର କାର୍ଯ୍ୟକ୍ରମକୁ ପ୍ରଶଂସା କରି ଆଗକୁ ଏଭଳି କାର୍ଯ୍ୟକ୍ରମ କରି ଚାଲିବାକୁ ପ୍ରେରଣା ଦେଇଥିଲେ । ସଂଘର ସଭାପତି ଜନାର୍ଦ୍ଧନ ଶତପଥୀ, ସମ୍ପାଦିକା ରୀତା ରଥ, ଉପସଭାପତି ଚନ୍ଦ୍ରଶେଖର ପ୍ରଧାନ ଓ ରଞ୍ଜିତ ଦାଶ, ଉପଦେଷ୍ଠା ଜିତେନ୍ଦ୍ର ପଟ୍ଟନାୟକ, ମନୋଜ ତ୍ରିପାଠୀ, ମାଗୁଣି ଶତପଥୀ, ଧବଳ ସେଠୀ, ମନୋଜ ପଟ୍ଟନାୟକ, ଡ଼. କୁର୍ମା ରାଓ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନୂତନ ବର୍ଷ ପାଇଁ ୫ଟି ଗ୍ରାମ ପଞ୍ଚାୟତର କିଛି ବିଦ୍ୟାଳୟରେ ସଂଘର ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମକୁ ପ୍ରସାର ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.

10 + 12 =