pakka

ଖପ୍ରାଖୋଲ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର : ପ୍ରସାର ପ୍ରଚାର ଅଭାବ ହେତୁ ଅସନ୍ତୋଷ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ଭାବେ ଡିଏସ୍‌ଏସ୍‌ଓ ନବକିଶୋର ସାହୁ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା ପାଥର, ସଂଯୁକ୍ତା ମେହେର ଯୋଗଦେଇଥିଲେ । ଏହି ଅବସରରେ ଆୟୋଜିତ ଶିବିରରେ ବ୍ଲକର ୨୧ଟି ପଞ୍ଚାୟତର ୬୩୩ ଜଣ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଜିକରଣ କରିଥିଲେ । ଡା.ସୁମି ପୁରୋହିତ (ଆପଥାମୋଲୋଜିଷ୍ଟ), ଡ଼ା.ବାଦଲ ଏକକା (ଅରଥୋପେଡିକ), ଡା.ରଞ୍ଜନ ଗୁରୁ (ଇ.ଏନ୍.ଟି), ଡ଼ା.କମଳାକାନ୍ତ ସାହୁ (ମେଡିସିନ) ପ୍ରମୁଖ ବିଶେଷଜ୍ଞ ଡାକ୍ତର ଯୋଗଦେଇ ଭିନ୍ନକ୍ଷମ ଚିହ୍ନଟ କରିଥିଲେ । ଓଏଚ୍‌ ବିଭାଗରେ ୧୮୫ , ଏଚ୍‌ଆଇ ବିଭାଗ – ୧୦୯, ଭି.ଆଇ ବିଭାଗ – ୫୯, ଏମ୍‌.ଆର୍‌ ବିଭାଗ – ୧୧୮, ମେଡିସିନ ବିଭାଗ – ୩୦, ଏଲିମ୍‌କୋ ବିଭାଗ – ୧୦୨, ମୋବାଇଲ ମେଡିକେଆର ବିଭାଗ – ୩୦ ଜଣ ଭିନ୍ନକ୍ଷମ ଚିହ୍ନଟ ପାଇଁ ଆସିଥିଲେ । ଅନୁଷ୍ଠିତ ଶିବିରରେ ଭିନ୍ନକ୍ଷମଙ୍କ ବ୍ୟବହାର କରିବା ପାଇଁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ଓ କୋଭିଡ ଟୀକା ମଧ୍ୟ ଦିଆଯାଇଥିଲା । ଶିବିରକୁ ବିଏସ୍‌ଏସ୍‌ଓ କନିଷ୍କ ବିଭାର ପରିଚାଳନା କରିଥିବା ବେଳେ ଆଇସିଡିଏସ୍‌ ବିଭାଗ ଅଙ୍ଗନୱାଡି କର୍ମୀ, ଆଶା, ବ୍ଲକ କର୍ମଚାରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × two =