jsm

ଧୂମାଭଟା ସାର୍ବଜନୀନ ଦୂର୍ଗାପୂଜାନୋତ୍ସବ ପାଇଁ ପ୍ରସ୍ତୁତି ବୈଠକ : ନୂତନ ପରିଚାଳନା କମିଟି ଗଠିତ

csstore

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୂମାଭଟା ଗ୍ରାମରେ ଚଳିତ ବର୍ଷ ସାର୍ବଜନୀନ ଦୂର୍ଗାପୂଜାନୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୟାସାଗର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୂର୍ଗାପୂଜା ମହୋତ୍ସବ ପାଇଁ କିପରି ଶାନ୍ତିଶୃଙ୍ଖଳା ଭାବେ ପରିଚାଳିତ କରିବା ଆଲୋଚନା କରାଯାଇଥିଲା । ପରେ ସର୍ବସମ୍ମତି କ୍ରମେ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଦୟାସାଗର ବୁଡେକ, ଉପସଭାପତି ଦିଲିପ ସିଂ ବାଗ, ସଂପାଦକ ପ୍ରକାଶ କୁମାର ବୁଡେକ, ସହ ସମ୍ପାଦକ ସଂଜୟ କୁମାର ଜୈନ, କୋଷାଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ସାହୁ ପ୍ରମୁଖ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ସଦସ୍ୟ ଭାବେ ସରପଞ୍ଚ ବନମାଳୀ ନାଏକ, ଡମ୍ବରୁ ବୁଡେକ, ତୀର୍ଥବାସୀ ସାହୁ, ଜଗଦୀଶ ବୁଡେକ, ନିର୍ବାସ ବୁଡେକ, ପ୍ରକାଶ ପୁରୋହିତ, ସଚିକାନ୍ତ ନାଏକ, ଶୁସାନ୍ତ ସାହୁ, ବିରଞ୍ଚି ରଣା, ପଦ୍ମକିଶୋର ଦେଓ, ତ୍ରିଭୂବନ ବୁଡେକ, ତରଣୀସେନ ବୁଡେକ, ଲଲିତ ବୁଡେକ, ଗଙ୍ଗା ପଟ୍ଟନାୟକ, ଲୋକନାଥ ସିଂ, କମଳଲୋଚନ ନାଏକ, ରାଜେଶ ବୁଡେକ ପ୍ରମୁଖ ମନୋନୀତ ହୋଇଥିଲେ । ଦୟାସାଗର ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.