jsm

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବଲାଙ୍ଗିର ଗସ୍ତ : ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାର କାର୍ଯ୍ୟକାରୀତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ବଲାଙ୍ଗିର ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ ବିଭିନ୍ନ ବିଭାଗର କାର୍ଯ୍ୟାବଳୀ ଓ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ରାଜସ୍ୱ କମିଶନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ବେଳେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମହେନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ । ପରେ ରାଜସ୍ୱ କମିଶନର ବିଭାଗ ୱାରୀ ସମୀକ୍ଷା କରିଥିଲେ । ରାଜସ୍ୱ, ସ୍ଥାପନା, ତଉଜି, ନ୍ୟାୟିକ, ଭୂ-ଅର୍ଜନ, ସ୍ୱତନ୍ତ୍ର ଭୂ-ଅର୍ଜନ, ଲୋୟର ସୁକତେଲ ପୁନଃର୍ବାସ ଓ ଥଇଥାନ, ସାମାଜିକ ମଙ୍ଗଳ, ଜିଲ୍ଲା ମଙ୍ଗଳ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅବକାରୀ, ସମଗ୍ର ଶିକ୍ଷା ତଥା ଅନ୍ୟାନ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ତଥା ବିଭାଗୀୟ କାର୍ଯ୍ୟାବଳୀ ସମ୍ପର୍କରେ ସମୀକ୍ଷା କରିଥିଲେ । ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଏହି ବିଭାଗୀୟ ସମୀକ୍ଷା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମହେନ୍ଦ୍ର କୁମାର ମହାପାତ୍ର ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ରାଜସ୍ୱ କମିଶନରଙ୍କୁ ଅବଗତ କରିଥିଲେ । ବଲାଙ୍ଗିର ଗସ୍ତ ସମୟରେ ରାଜସ୍ୱ କମିଶନର ଡ. ଦଳେଇ ୫ଟି ରୂପାନ୍ତରିତ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ସ୍ମାର୍ଟ କ୍ଲାସ ରୁମ୍‌, ଇ- ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର ଇତ୍ୟାଦି ବୁଲି ଦେଖିବା ସହ ଶିକ୍ଷାଦାନ, ଭିତ୍ତିଭୂମି, ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଧାନ ଶିକ୍ଷକ ଓ ଶିକ୍ଷାକ, ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ସେ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲ ପରିଦର୍ଶନରେ ଯାଇ ଓପିଡି ବୁଲି ଦେଖିବା ସହ ନିସମୟ ଜରିଆରେ ରୋଗୀମାନଙ୍କୁ ଦିଆଯାଉଥିବା ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ, ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟ, ସ୍ୱାସ୍ଥ୍ୟ ବ୍ୟବସ୍ଥା ତଥା ରୋଗୀ ସେବା ସମ୍ପର୍କରେ ସହକାରୀ ମେଡିକାଲ ଅଧିକ୍ଷକ ଡ. ପ୍ରଭାତ କୁମାର ରଥଙ୍କ ସହ ଆଲୋଚନା କରିଥିଲେ । ବିଭାଗୀୟ ସମୀକ୍ଷା ପରେ ରାଜସ୍ୱ କମିଶନର ଜିଲ୍ଲାପାଳଙ୍କ ସହ ଲୋୟର ସୁକ୍‌ତେଲ ଜଳ ପ୍ରକଳ୍ପ ପରିଦର୍ଶନରେ ଯାଇ ନିର୍ମାଣାଧିନ ଡ୍ୟାମ୍‌, ସ୍ପିଲ୍‌ୱେର କାର୍ଯ୍ୟ ଅନୁଧ୍ୟାନ କରିବା ସହ ଏହାର ନିର୍ମାଣ କାର୍ଯ୍ୟ ଓ ଅଗ୍ରଗତି ସମ୍ପର୍କରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଲୋୟର ସୁକତେଲ ଜଳ ସେଚନ ପରିଦର୍ଶନ ସମୟରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତଥା ଅନ୍ୟାନ୍ୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.