pakka

ଭିଜନ ‘କ୍ଲିନ ସୋନପୁର’ ପରିପ୍ରେକ୍ଷୀରେ ସମୀକ୍ଷା ବୈଠକ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭିଜନ ‘କ୍ଲିନ ସୋନପୁର’ ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଭିଜନ ‘କ୍ଲିନ ସୋନପୁର’ର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଜନା ଅନୁଯାୟୀ ଭିଜନ ‘କ୍ଲିନ ସୋନପୁର’କୁ ବାସ୍ତବ ରୂପ ଦେବା ନିମନ୍ତେ ସୋନପୁର ପୌର ପରିଷଦ ତରଫରୁ କାର୍ଯ୍ୟାରମ୍ଭ କରାଯାଇଥିବା ବେଳେ ସହରକୁ ସ୍ୱଚ୍ଛ ସୁନ୍ଦର ତଥା ପରିଷ୍କାର ପରିଚ୍ଛନ ରଖିବା ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟ । ସମସ୍ତେ ନିଜ ପାରିପାର୍ଶ୍ୱକୁ ସ୍ୱଚ୍ଛ, ପରିଷ୍କାର ଓ ପରିଚ୍ଛନ ରଖିବାକୁ ଆଗ୍ରହ ଦେଖାଇବା ସହିତ ଆନ୍ତରିକତାର ସହିତ ଭିଜନ ‘କ୍ଲିନ ସୋନପୁର’କୁ ସାକାର କରିବାକୁ ଦୃଢ଼ ସଂକଳ୍ପ ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ପରାମର୍ଶ ଦେଇଛନ୍ତି । ସୋନପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ ଅଦ୍ୟ ବୈଠକରେ ପୌର ପରିଷଦ ଦ୍ୱାରା ନିଆଯାଉଥିବା ସ୍ୱଚ୍ଛତା କାର୍ଯ୍ୟକାରିତାର ଉପସ୍ଥାପନା କରିଥିଲେ । ‘କ୍ଲିନ ସୋନପୁର’ କାର୍ଯ୍ୟକାରିତାକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି । ଏହି ପରିପ୍ରେକ୍ଷୀରେ ସହରର ପ୍ରତ୍ୟେକ ଆବାସିକ ଗୃହ ତଥା ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକରୁ ଦୈନନ୍ଦିନ ଶତ ପ୍ରତିଶତ ବର୍ଯ୍ୟବସ୍ତୁ ସଂଗ୍ରହକୁ ନିଶ୍ଚିତ କରିବା, ଗୃହକର୍ତ୍ତା ଓ ଅନୁଷ୍ଠାନର ମାଲିକମାନେ ବର୍ଯ୍ୟବସ୍ତୁ ଦେବା ପୂର୍ବରୁ ପୃଥକୀକରଣକୁ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ପୁନଶ୍ଚ ସହରର କୌଣସି ରାସ୍ତା ପାର୍ଶ୍ୱରେ ଅବା ନାଳ ନର୍ଦମା ଭିତରେ କୌଣସି ଘର ମାଲିକ କିମ୍ବା ବ୍ୟବସାୟିକ ଅନୁଷ୍ଠାନ ମାଲିକ ଯେପରି ଅଳିଆ ଆବର୍ଜନା ନ ପକାଇବେ ତା’ଉପରେ ଗୁରୁତ୍ୱାରୋପ କରାଯାଇଛି । ‘କ୍ଲିନ ସୋନପୁର’ର କାର୍ଯ୍ୟକାରିତାକୁ ତୃଣମୂଳ ସ୍ତରରୁ ସୁନିଶ୍ଚିତ ଓ ବ୍ୟବସ୍ଥିତ କରାଯିବା ନିମନ୍ତେ ସହର ୧୫ଟି ୱାର୍ଡ ନିମନ୍ତେ ପ୍ରତ୍ୟେକ ୱାର୍ଡ ପାଇଁ ଜଣେ ଲେଖାଏଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ନିୟୋଜିତ ଅଧିକାରୀ ପ୍ରମୁଖ ନିଜ ନିଜର ସମ୍ପୃକ୍ତ ୱାର୍ଡରେ ସ୍ଵଚ୍ଛ ଓ ପରିମଳ ଉପରେ ଦାୟିତ୍ୱର ସହ କାର୍ଯ୍ୟକ୍ରମର ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଛି । ବୈଠକର ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର, ସୋନପୁର ଉପଜିଲ୍ଲାପାଳ ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସହ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

16 − 14 =